Thursday, February 12, 2026
26.3 C
Odisha

    ରଣବୀର କପୁରଙ୍କ‘ରାମାୟଣ’ ଫିଲ୍ମରେ ବିଭୀଷଣ ଭୂମିକାରେ ନଜର ଆସିବେ ବିଜୟ ସେତୁପତି!

    ଆଗକୁ ପଢନ୍ତୁ

    ରଣବୀର କପୁର ଏବଂ ସାଇ ପଲ୍ଲବୀଙ୍କ ‘‘ରାମାୟଣ’’ର ପ୍ରଥମ ପାର୍ଟଟି ଏହି ଦୀପାବଳୀରେ ରିଲିଜ୍ ହେବାକୁ ଯାଉଛି । ନୀତେଶ ତିୱାରୀଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଭାରୀ ବଜେଟ ଏବଂ ଷ୍ଟାରକାଷ୍ଟ ପାଇଁ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଛି । ଏହା ସବୁଠାରୁ ମହଙ୍ଗା ଫିଲ୍ମ ବୋଲି ନିର୍ମାତା କହିଛନ୍ତି । ଏବେ ସୁଦ୍ଧା ଫିଲ୍ମ ନିର୍ମାତା ସମସ୍ତ ଷ୍ଟାରକାଷ୍ଟଙ୍କ ସମ୍ପର୍କରେ ସେୟାର କରିନାହାଁନ୍ତି । ତେଣୁ ଆକ୍ଟରଙ୍କ ଏଣ୍ଟ୍ରି ଏବଂ ଏକ୍ସିଷ୍ଟକୁ ନେଇ ଗୁଜବ ଖବର ଚର୍ଚ୍ଚା ହେବାରେ ଲାଗିଛି ।

    ସାଉଥ୍ ଅଭିନେତା ବିଜୟ ସେତୁପତିଙ୍କୁ ‘ରାମାୟଣ’ରେ ରାମ ଚରିତ୍ରରେ ନଜର ଆସିବେ ବୋଲି କୌଣସି ଏକ ରିପୋର୍ଟରେ ଦାବି କରାଯାଇଥିଲା । ଏହି ଖବର ବ୍ୟାପିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଥିଲା ।  ଶୁଣିବାକୁ ମିଳିଥିଲା ​​ଯେ ସେ ଫିଲ୍ମରେ ରାବଣଙ୍କ ଭାଇ ବିଭୀଷଣ ଭୂମିକାରେ ଅଭିନୟ କରିବେ । କିନ୍ତୁ କିଛି ସମୟ ପରେ ବିଜୟ ସେତୁପତି ଏହି ଫିଲ୍ମରେ ଅଭିନୟ କରୁନାହାଁନ୍ତି ବୋଲି ଜଣାପଡିଥିଲା ।

    ଏହାରି ମଧ୍ୟରେ ବିଜୟ ସେତୁପତି ଏହି ଗୁଜବ ଖବର ଉପରେ ଜବାବ ଦେଇ କହିଛନ୍ତି ଯେ, ‘‘ମୁଁ ଏହି ପ୍ରୋଜେକ୍ଟରେ ସାମିଲ ନାହିଁ । ଜଣାନାହିଁ ଏହି ଖବର କାହିଁକି ଚର୍ଚ୍ଚା ହେଉଛି ।’’ରାମାୟଣରେ କୌଣସି ଚରିତ୍ରରେ ବିଜୟ ଅଭିନୟ କରୁନାହାଁନ୍ତି ବୋଲି ସ୍ପଷ୍ଟ ହୋଇଛି ।

    ଯଦି ଏହି ଫିଲ୍ମରେ ଷ୍ଟାରକାଷ୍ଟମାନଙ୍କ ସମ୍ପର୍କରେ କୁହାଯାଏ ତେବେ ରାମ ଭୂମିକାରେ ରଣବୀର କପୁର ନଜର ଆସିବାବେଳେ ସୀତା ଚରିତ୍ରରେ ସାଉଥ୍ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ଦେଖିବାକୁ ପାଇବେ ଦର୍ଶକ । KGF ଷ୍ଟାର ୟଶ ଏହି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିବେ । ଏହା ବ୍ୟତୀତ ସନି ଦେଓଲ ହନୁମାନ ଭୂମିକାରେ ଅଭିନୟ କରିବେ । ରବି ଦୁବେ ଲକ୍ଷ୍ମଣ ଭୂମିକାରେ, ଲାରା ଦତ୍ତା କୈକେୟୀ ଭୂମିକାରେ ଅଭିନୟ କରିବେ । ସେହିପରି ଅରୁଣ ଗୋଭିଲ ଦଶରଥ ଭୂମିକାରେ ଅଭିନୟ କରିବେ, ରାକୁଲ ପ୍ରୀତ ସିଂହ ଶୂର୍ପଣଖା ଭୂମିକାରେ ଅଭିନୟ କରିବେ, ଏବଂ ଶୀବା ଚଡ୍ଡା ମନ୍ଥରା ଭୂମିକାରେନଜର ଆସିବେ । ପ୍ରଡ୍ୟୁସର ନମିତ ମଲୋହୋତ୍ରାଙ୍କ ଫିଲ୍ମର ବଜେଟ୍ ୪୦୦୦ କୋଟି ଟଙ୍କା ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.3 ° C
    26.3 °
    26.3 °
    23 %
    1.5kmh
    3 %
    Thu
    32 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ