Thursday, July 16, 2026
29.4 C
Odisha

    ରତ୍ନବେଦୀରୁ ମହାପ୍ରଭୁଙ୍କ ଜନ୍ମବେଦୀ ଯାତ୍ରା, ଅପରାହ୍‌ଣ ୪ଟାରୁ ରଥ ଟଣା ଆରମ୍ଭ

    ଆଗକୁ ପଢନ୍ତୁ

    ପୁରୀ : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିଆରମ୍ଭ ହୋଇଛି। ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଆଜି ଲୋକାରଣ୍ୟ ହୋଇ ଉଠିଛି ବଡ଼ଦାଣ୍ଡ । ଭକ୍ତଙ୍କ ଗୁହାରି, ଆନନ୍ଦର ଅଶ୍ରୁରେ ଆଜି ଏକ ବିଚିତ୍ର ଶୋଭା ଧାରଣ କରିଛି ବଡ଼ଦାଣ୍ଡ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହେଉଥିବା ମହାପ୍ରଭୁଙ୍କର ଏହି ଯାତ୍ରା ୯ଦିନ ପାଇଁ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ବର୍ଣ୍ଣିତ ।

    ସେହିପରି ମହାପ୍ରଭୁଙ୍କ ରଥଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଛି
    ସକାଳ ୬ଟା: ମଳଙ୍ଗ ଆଳତି
    ୬ଟା ୧୦ରୁ ୬ଟା ୩୦: ମଇଲମ ଓ ତଡ଼ପଲାଗି
    ୬ଟା ୩୦: ରୋଷହୋମ
    ସକାଳ ୭ଟା: ଅବକାଶ
    ୭ଟା ୧୦: ସୂର୍ଯ୍ୟପୂଜା
    ୭ଟା ୩୦: ଦ୍ବାରପାଳ ପୂଜା
    ୭ଟା ୩୦: ବେଶ ଶେଷ
    ୮ଟାରୁ ୯ଟା: ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ)
    ପୂର୍ବାହ୍‌ଣ ୯ଟା: ରଥ ପ୍ରତିଷ୍ଠା
    ୯ଟା ୧୫: ମଙ୍ଗଳାର୍ପଣ
    ୯ଟା ୩୦: ପହଣ୍ଡି ଆରମ୍ଭ
    ୧୨ଟା ୩୦: ପହଣ୍ଡି ‌ଶେଷ
    ୧୨ଟା ୩୦ରୁ ୧ଟା: ମଦନମୋହନ ବିଜେ
    ୧ଟା ୩୦ରୁ ୨ଟା: ଚିତାଲାଗି
    ୧ଟା ୩୦ରୁ ୨ଟା ୩୦: ବେଶ ଶେଷ
    ଅପରାହ୍ଣ ୨ଟାରୁ ୩ଟା: ଛେରାପହଁରା
    ୩ଟାରୁ ୪ଟା: ଚାରଫିଟା ଓ ଘୋଡ଼ା ସାରଥୀ ଲାଗିବା
    ଅପରାହ୍‌ଣ ୪ଟାରୁ ରଥ ଟଣା ଆରମ୍ଭ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    70 %
    3kmh
    100 %
    Thu
    30 °
    Fri
    25 °
    Sat
    27 °
    Sun
    25 °
    Mon
    30 °

    ସମ୍ବନ୍ଧିତ