Sunday, April 5, 2026
25.6 C
Odisha

    ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଦୋକାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିଗଲା ଦୋକାନ। ଭରତପୁର ଥାନା କଳିଙ୍ଗ ଷ୍ଟୁଡିଓ ଛକରେ ବଡ଼ ଧରଣର ଅଗ୍ନିକାଣ୍ଡ। ଜଳିଗଲା ତାରିଣୀ ମାର୍କେଟର ରାସ୍ତା କଡ଼ରେ ଥିବା ଦୋକାନ। କଳିଙ୍ଗ ଷ୍ଟୁଡିଓ ଛକ ଉପରେ ଥିବା ମାର୍କେଟରେ ଲାଗିଲା ଭୟାବହ ଅଗ୍ନିକାଣ୍ଡ I ଜଳି ପୋଡି ପାଉଁଶ ହୋଇଛି ଦୋକାନ ।  ଗୋଟେ ପରେ ଗୋଟେ ଦୋକାନରେ ନିଆଁ ବ୍ୟାପି ଆଖି ପିଛୁଳାକେ ହୋଇଛି ପାଉଁଶI ନିଆଁ ଲାଗିବା ପଛର କାରଣ ଜଣା ପଡିନଥିବା ବେଳେ ମାର୍କେଟରେ ନିଆଁ ଲିଭାଇବା ହୋଇଛି କଷ୍ଟକର। ଏନେଇ ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଁଚିଥିଲା ।  ନିଆଁରେ ପୋଡ଼ି ଅଧିକାଂଶ ଦୋକାନ ପାଉଁଶ ହୋଇଛି ।  ଏନେଇ କେଉଁ କାରଣ ପାଇଁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ  I ଏନେଇ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.6 ° C
    25.6 °
    25.6 °
    60 %
    1.8kmh
    84 %
    Sat
    28 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ