Thursday, April 2, 2026
38.5 C
Odisha

    ରାଜଧାନୀ ଭୁବନେଶ୍ୱରକୁ ରେଡ୍ ଆଲର୍ଟ, ଆହୁରି ୫ ଦିନ ବର୍ଷାରୁ ନାହିଁ ନିସ୍ତାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଗୋଟେପଟେ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ଭୁବନେଶ୍ୱରକୁ ଘାଇଲା କରିଛି ଘଣ୍ଟାଏ କାଳର ବର୍ଷା । ପ୍ରବଳ ବର୍ଷା ପରେ ବେହାଲ ହୋଇଛି ରାଜଧାନୀ । ରାସ୍ତାରେ ପାଣି, ଘରେ ପାଣି ପଶି ଜୀବନ ଅସ୍ତବ୍ୟକ୍ତ ହୋଇଛି । ବର୍ଷା ପାଇଁ ଗାଡ଼ି ଫସିଛି, ଟ୍ରାଫିକ ଜାମ ହୋଇଛି । ଏମିତି ନାନା ସମସ୍ୟାରେ ଭୁବନେଶ୍ବର ଆଜି ଘଣ୍ଟାଏ ବର୍ଷା ପରେ ସମ୍ମୁଖୀନ ହୋଇଥିବା ବେଳେ ଭୁବନେଶ୍ବର ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅର୍ଥାତ ଭୁବନେଶ୍ବରରେ ପୁଣି ବର୍ଷା ହେବା ସହ ସ୍ଥିତି ସାଙ୍ଘାତିକ ହେବା ନେଇ ଆଶଙ୍କା କରାଯାଉଛି । ସେପଟେ ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୯ ତାରିଖ ଯାଏଁ ଏହା ସକ୍ରିୟ ରହିବା ସହ ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ବିଶେଷକରି ଉପକୂଳ ଓ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ । ତେବେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହିପରି ପ୍ରଭାବ। ଏଥିସହ ୧୦ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ। ତଥାପି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଜାରି ରହିବ। ଓଡ଼ିଶାରୁ ମୌସୁମୀ ବିଦାୟ ନେବାର ସମୟ ୧୫ ତାରିଖ ହୋଇଥିବା ବେଳେ ଆଗାମୀ ୫ ଦିନରେ ମୌସୁମୀ ବିଦାୟ ନେବା ପାଇଁ ପାଗ ଅନୁକୂଳ ନଥିବା ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଥିବା ବେଳେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ୧୭ ଅକ୍ଟୋବର (+-3 ଦିନ) ପରେ ରାଜ୍ୟରୁ ଧୀରେ ଧୀରେ ବାୟୁ ଚଳାଚଳର ଦିଗ ବଦଳିବା ସହିତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରୁ ମୌସୁମୀ ବାୟୁ ବିଦାୟ ନେବା ପାଇଁ ପାଗ ଅନୁକୂଳ ହେବ । ତେବେ ଆଜି ମଧ୍ୟ ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ୨୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, ପୁରୀ , କଟକ , କେନ୍ଦ୍ରାପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ ତାରିଖ ପାଇଁ ସାରା ଓଡ଼ିଶାର ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ