ଆଇପିଏଲ ଫାଇନାଲରେ ଗୁଜରାଟ । ଦ୍ୱିତୀୟ କ୍ୱାଲିଫାୟାରରେ ହାରିଲା ରାଜସ୍ଥାନ । ଫାଇନାଲରେ ବେଙ୍ଗାଲୁରୁ-ଗୁଜରାଟ ଟକ୍କର । ଦ୍ୱିତୀୟ କ୍ୱାଲିଫାୟାରରେ ରାଜସ୍ଥାନକୁ ୭ ୱିକେଟରେ ହରାଇ ଫାଇନାଲରେ ଏଣ୍ଟ୍ରି ମାରିଛି ଗୁଜରାଟ । ରାଜସ୍ଥାନ ରୟାଲ୍ସ ୬ ୱିକେଟ୍ ହରାଇ ୨୧୪ ରନ୍ କରିଥିଲା । ଜବାବରେ ଗୁଜରାଟ ୩ ୱିକେଟ୍ ହରାଇ ୨୧୯ କରିଛି । ୨୧୫ ରନର ଟାର୍ଗେଟ ପିଛା କରି ଗୁଜରାଟ ଟାଇଟାନ୍ସ ଦୃଢ଼ ଆରମ୍ଭ କରିଥିଲା । ପାୱାର ପ୍ଲେ’ରେ ଶୁଭମନ ଗିଲ ଓ ସାଇ ସୁଦର୍ଶନ କୌଣସି ୱିକେଟ ନ ହରାଇ ୬୯ ରନ କରିଥିଲେ । ଗିଲ ଏବଂ ସୁଦର୍ଶନ ପ୍ରଥମ ୱିକେଟ ପାଇଁ ୧୬୭ ରନର ପାର୍ଟନରସିପ୍ କରିଥିଲେ । ସାଇ ସୁଦର୍ଶନ ୩୨ ବଲରୁ ୫୮ ରନ୍ କରି ହିଟ୍ ୱିକେଟ୍ ହୋଇଥିଲେ ।
ଅଧିନାୟକ ଶୁଭମନ ଗିଲ୍ ୫୩ ବଲରୁ ୧୦୪ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୬ ୱିକେଟ୍ ହରାଇ ୨୧୪ ରନ କରିଥିଲା । ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ୯୬ ରନ କରିଥିଲେ । ଶେଷ ଓଭରରେ ରାଜସ୍ଥାନ ପାଇଁ ଫେରିରା ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ରସିଦ ଖାନଙ୍କ ଓଭରରେ ଚାରିଟି ଛକା ମାରି ରାଜସ୍ଥାନକୁ ୨୦୦ ରନ ଅତିକ୍ରମ କରିବାରେ ସାହାଯ୍ୟ କରିଥିଲେ । ରବିନ୍ଦ୍ର ଜାଡେଜା ୩୫ ବଲରୁ ୪୫ ରନ କରିଥିଲେ । ଫେରାରା ୧୧ ବଲରୁ ୩୮ ରନ କରିଥିଲେ ।
