Thursday, April 2, 2026
26 C
Odisha

    ରାଜୀବ ଶୁକ୍ଳା ହେଲେ ବିସିସିଆଇର ନୂଆ ସଭାପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ବିସିସିଆଇର ସଭାପତି ପଦରୁ ରୋଜର ବିନ୍ନି ଇସ୍ତଫା ଦେଇଛନ୍ତି। ବିନ୍ନିଙ୍କ ଇସ୍ତଫା ପରେ ବୋର୍ଡର ଦାୟିତ୍ବ ରାଜୀବ ଶୁକ୍ଲାଙ୍କ ହାତକୁ ଆସିଛି। ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ରାଜୀବ ଶୁକ୍ଲା ବିିସିିସିଆଇର କାର୍ଯ୍ୟକାରୀ ସଭାପତି ଦାୟିତ୍ବ ତୁଲାଇବେ। ସୁପ୍ରିମକୋର୍ଟଙ୍କ ଲୋଧା କମିଟିର ସୁପାରିସ ଅନୁସାରେ ବିସିସିଆଇ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରେ। ବିସିସିଆଇର ବର୍ତ୍ତମାନର ସମ୍ବିଧାନ ଅନୁଯାୟୀ ଏହାର ଅଧିକାରୀଙ୍କ ସର୍ବାଧିକ ବୟସସୀମା ୭୦ ବର୍ଷ ରହିଛି। ୭୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ସଭାପତି ପଦରେ ରହିପାରିବେ ନାହିଁ । ଏପରି ପରିସ୍ଥିତିରେ ରୋଜର ବିନ୍ନିଙ୍କୁ ଗତ ଜୁଲାଇରେ ୭୦ ବର୍ଷ ପୂରି ଯାଇଥିବାରୁ ସେ ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ରିପୋର୍ଟ ପ୍ରକ​‌ାଶ ପାଇଛି। ଶୁକ୍ରବାର ବିସିସିଆଇର ଆପେକ୍ସ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରାଜୀବ ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆପେକ୍ସ କାଉନସିଲ ବୈଠକରେ ଡ୍ରିମ୍‌ସ -୧୧ର ଚୁକ୍ତିନାମାର ଅବଧି ଏବଂ ଆଗାମୀ ଅଢେଇ ବର୍ଷ ଲାଗି ନୂତନ ପ୍ରାୟୋଜକଙ୍କ ଉପରେ ଆଲୋଚନା କରାଯାଇଥିଲା। ଏସିଆ କପ୍‌ ଆଉ ଦୁଇ ସପ୍ତାହରୁ କମ ସମୟ ଥିବାରୁ ଆଉ ନୂତନ ପ୍ରାୟୋଜକ ଖୋଜିବା ଅସମ୍ଭବ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଡ୍ରିମ୍‌ସ ୧୧ ସହ ଚୁକ୍ତିନାମାକୁ ଏସିଆ କପ ପଯ୍ୟନ୍ତ ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା। ନୂତନ ପ୍ରାୟୋଜକ ଆଗାମୀ ଅଢେଇ ବର୍ଷ ଲାଗି ଚୁକ୍ତିନାମା ହେବାକୁ ନିଷ୍ପତ୍ତି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ