Friday, October 2, 2026
22.9 C
Odisha

    ଇଡିର ଚଢ଼ାଉ ପରେ ଶିଳ୍ପାଙ୍କୁ ନେଇ ରାଜ କୁନ୍ଦ୍ରାଙ୍କ ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସାମ୍ନାରେ ପୁଣି ଏକ ସମସ୍ୟା ମୁଣ୍ଡ ଟେକିଛି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗତଶୁକ୍ରବାର ଦିନ ଅଶ୍ଳୀଳ ନେଟୱାର୍କ ସହ ଜଡିତ ଅର୍ଥ ହେର୍‌ଫେର୍‌ ମାମଲାରେ ରାଜ କୁନ୍ଦ୍ରାଙ୍କ ବାସଭବନ ତଥା କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଇଡିର ଚଢ଼ାଉ ପରେ ରାଜକୁନ୍ଦ୍ରା ପ୍ରତିକ୍ରିୟା ଦେଇ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କହିଛନ୍ତି, ‘ନାଟକୀୟ ଢ଼ଙ୍ଗରେ ଖବର ପ୍ରସାରଣ କରିବାର ଶୈଳୀ ଗଣମାଧ୍ୟମର ରହିଛି। ଚାଲନ୍ତୁ ବାସ୍ତବ ଘଟଣା କ’ଣ ତାହା ସାମ୍ନାକୁ ଆଣିବା। ମୁଁ ଗତ ୪ବର୍ଷ ହେବ ଚାଲୁ ରହିଥିବା ଯାଞ୍ଚର ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛି। ମନିଲଣ୍ଡ୍ରିଂ ମାମଲା ଠାରୁ ଆରମ୍ଭ କରି ଅଶ୍ଳୀଳ ନେଟୱାର୍କ ସହ ଜଡିତ ଅର୍ଥ ହେର୍‌ଫେର୍‌ ମାମଲାର ବାସ୍ତବତା କ’ଣ ତାହା ଲୁଚି ରହିପାରେ ନାହିଁ। ଶେଷରେ ନ୍ୟାୟ ସାମ୍ନାକୁ ଆସିଥାଏ।

    ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଓକିଲ ପ୍ରଶାନ୍ତ ପାଟିଲଙ୍କ ବୟାନ ସାମ୍ନାକୁ ଆସିଛି। ପ୍ରଶାନ୍ତ ପାଟିଲ କହିଛନ୍ତି, ‘ଗଣମାଧ୍ୟମରେ  ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଘରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି ବୋଲି ଖବର ପ୍ରଚାର ହେଉଛି। ଏ କଥା କିନ୍ତୁ ସତ ନୁହେଁ। ଶିଳ୍ପା ସେଟ୍ଟୀଙ୍କ କୌଣସି ଘରେ ବି ଇଡି ଚଢ଼ାଉ କରି ନାହିଁ। କାରଣ ଯେଉଁ ସବୁ ମାମଲା ରାଜ କୁନ୍ଦ୍ରାଙ୍କ ବିରୋଧରେ ସାମ୍ନାକୁ ଆସିଛି ସେଥିରେ ଶିଳ୍ପା କୌଣସି ପ୍ରକାର ଲେଣଦେଣ ନାହିଁ।

    ‘ଅଶ୍ଳୀଳ’ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ କୁନ୍ଦ୍ରାଙ୍କୁ ଜୁନ୍ ୨୦୨୧ରେ ଗିରଫ କରାଯାଇଥିଲା। ଦୁଇ ମାସ ଜେଲରେ ରହିବା ପରେ ସେ ସେ‌ପ୍ଟେମ୍ବର ୨୦୨୧ରେ ଜାମିନରେ ବାହାରକୁ ଆସିଥିଲେ।
    ମୁମ୍ବାଇ ପୁଲିସର କହିବାନୁସାରେ, ରାଜ ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଥିଲେ। ତେବେ ଏହି ମାମଲାକୁ ନେଇ ଏବେ ତାଙ୍କ ବାସଭବନ ଓ ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ଉ କରୁଛି ଇଡି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ