Saturday, April 4, 2026
29 C
Odisha

    ରାଜ୍ୟରେ ଏବେ ଚୋର ଓ ଦୁଷ୍କର୍ମକାରୀଙ୍କ ସୁବର୍ଣ୍ଣ ଯୁଗ ଚାଲିଛି: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର-ରବିବାର ରାତିରେ ବଡ଼ଧରଣର ଡକାୟତି ମାମଲାରେ ରବିବାର ବିଜୁ ଜନତା ଦଳ (ବିଜେଡି) ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ବିଜେଡି କହିଛି ରାଜଧାନୀ ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ପାଳନର କଡ଼ା ସୁରକ୍ଷା ସତ୍ତ୍ୱେ ବରିଷ୍ଠ ନେତାଙ୍କ ଘରୁ ଯଦି ଡକାୟତି ହେଉଛି। ଏହା ଠାରୁ ଲଜ୍ଜାଜନକ ସ୍ଥିତି ଆଉ କଣ ହୋଇପାରେ?ରାଜ୍ୟସଭା ସାଂସଦ ସୁଲତା ଦେଓ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି ଖବର ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ସ୍ଥିତିର ନଗ୍ନ ଉଦାହରଣ। ତେବେ ସାଧାରଣ ଜନତାଙ୍କ ଧନଜୀବନ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟକୁ ଯେତେବେଳେ ପ୍ରଧାନମନ୍ତ୍ରୀ ଆସିବାର ଥାଏ, ଚୋର ଦୁଷ୍କର୍ମକାରୀ ସକ୍ରିୟ କେମିତି ହେଉଛନ୍ତି? ସୁଭଦ୍ରା ପାଇଁ ମୋଦୀ ଆସିଲେ, ଭରତପୁର ଘଟଣା ହେଲା। ପ୍ରବାସୀ ଭାରତୀୟ ଦିବସ ସକାଳେ ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ପୁଲିସ ମିତ୍ର ସହଦେବ ନାୟକଙ୍କୁ ହତ୍ୟା କରାଗଲା। ଆଜି ସାଧାରଣତନ୍ତ୍ର ଦିବସ ଓ ଦିନକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ପାଇଁ ଆସୁଛନ୍ତି। ସେତେବେଳେ ନିରଞ୍ଜନ ପଟ୍ଟନାୟକଙ୍କ ପରି ଭିଆଇପିଙ୍କ ଘରୁ ଚୋରି ହେଉଛି।

    ଶ୍ରୀମତୀ ଦେଓ ବିଜେପି ସରକାରକୁ ଟାର୍ଗେଟ କରି କହିଛନ୍ତି, ଡବଲ ଇଂଜିନ ସରକାର ବିଫଳ ହୋଇଛନ୍ତି। ଭିଆଇପିଙ୍କ ଅବସ୍ଥା ଯଦି ଏଭଳି, ସାଧାରଣ ଜନଜୀବନ ସୁରକ୍ଷା କେମିତି ଥିବ? ଭୟ ଆଉ ଡ଼ର ଭିତରେ ରହିବାକୁ ଓଡ଼ିଶାବାସୀ କ’ଣ ଡବଲ୍ ଇଞ୍ଜିନ୍ ସରକାରକୁ ଭୋଟ୍ ଦେଇଥିଲେ? ସାଧାରଣ ଜନତା ଏବେ କାହା ଉପରେ ଭରସା କରିବେ? କାହାଠୁ ସୁରକ୍ଷା ଆଶା କରିବେ? ଅପାରଗ ସରକାର ଲୋକଙ୍କୁ ସୁରକ୍ଷା ଦେବାରେ ମଧ୍ୟ ବିଫଳ। ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ନବୀନ ପଟ୍ଟନାୟକଙ୍କ ସମୟରେ ବିକାଶର ସୁବର୍ଣ୍ଣ ଯୁଗ ଥିଲା। ଏବେ ଚୋର ଓ ଦୁଷ୍କର୍ମକାରୀଙ୍କ ସୁବର୍ଣ୍ଣ ଯୁଗ ଚାଲିଛି। ରାଜଧାନୀରେ ଏମିତି ତ ଦୂରରେ କଣ ହେଉଥିବ? ବିଜେପି ଯେଉଁ ପରିବର୍ତ୍ତନ କଥା କହି ଆସିଥିଲା, ଅତି କମରେ ସାଧାରଣ ଲୋକଙ୍କ ଜୀବନକୁ ସୁରକ୍ଷା ଦେଉ।

    ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ କଂଗ୍ରେସର ବରିଷ୍ଠ ନେତା ନିରଂଜନ ପଟ୍ଟନାୟକଙ୍କ ନୂଆପଲ୍ଲୀସ୍ଥିତ ବାସଭବନରେ ଚୋରମାନେ ପଶିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ସେମାନେ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌ କରିଥିଲେ। ଚୋରି ଘଟଣାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଦୁର୍ବୃତ୍ତ ଜଣକ ମାଷ୍ଟର ବେଡ୍‌ ରୁମ୍‌ରେ ପଶି ଭିତରୁ କବାଟ ବନ୍ଦ କରି ଦେଇଥିଲା। ଶବ୍ଦ ଶୁଣି ଘର ଲୋକେ ଉଠିବା ପରେ ସୁରକ୍ଷାକର୍ମୀଙ୍କୁ ଡାକିଥିଲେ। ତେବେ ସମସ୍ତଙ୍କୁ ମାତ୍‌ ଦେଇ ଦ୍ବିତୀୟ ମହଲାର ଝରକା ଡେଇଁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ଏନେଇ ଥାନାରେ ଏତଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଲୁଟ୍‌ ପରେ ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଭଗବାନଙ୍କ କୃପାରୁ ପରିବାର ଲୋକ ସୁରକ୍ଷିତ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ