Tuesday, January 20, 2026
30.4 C
Odisha

    ରାଜ୍ୟରେ ପ୍ରଥମ ଥର ପାଇଁ ଜେଲରେ ଲାଗିଲା AI କ୍ୟାମେରା, ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜେଲ ଭିତରକୁ ଫିଙ୍ଗିଲେ ଡିଟେକ୍ଟ ହେବ ଜିନିଷ । ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ । ରାଜ୍ୟରେ ପ୍ରଥମ ଥର ପାଇ ଜେଲରେ ଲାଗିଲା AI କ୍ୟାମେରା । ଢେଙ୍କାନାଳ ଜେଲରେ ସଫଳ ହେଲା ପରୀକ୍ଷଣ । ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲରେ ଲଗାଇବାକୁ ଯୋଜନା । ପ୍ରତି ଜେଲରେ ୧୬ଟି ଲେଖାଏଁ ଲଗାଇବାକୁ ଯୋଜନା ରହିଛି । ପ୍ରଥମ ପର୍ଯ୍ୟାୟ ସଫଳ ପରିକ୍ଷଣ ପରେ ଆଗକୁ ଅନ୍ୟ ଜେଲରେ ଲାଗିବ । ଫଳରେ ଆଗକୁ କଏଦୀଙ୍କ ଫେରାର ରୋକାଯାଇ ପାରିବ । ଏପରିକି କଏଦୀଙ୍କ ମଧ୍ୟରେ କୌଣସି ସଂଦେହ ଜନକ ଗତିବିଧି ହେଲେ ବଜର୍ ବାଜିବ । ଏହା ଦ୍ବାରା ଜେଲ କର୍ତ୍ତୃପକ୍ଷ ଆଲର୍ଟ ହୋଇପାରିବେ । ଦ୍ୱୀତିୟ ପର୍ଯ୍ୟାୟରେ ୪ଟି ବଡ଼ ଜେଲରେ ଲାଗିବ । ଯେଉଁଠି ୩୨ଟି ଲେଖାଏଁ କ୍ୟାମେରା ଲାଗିବ।ଝାରପଡ଼ା,ଚୋଦ୍ବାର,ସମ୍ବଲପୁର ,ବ୍ରହ୍ମପୁର ଜେଲ ରହିଛି ।

    ଏନେଇ ସୂଚନା ଦେଇଛନ୍ତି ଡିଆଇଜି ବୀରେନ ସାହୁ । କହିଛନ୍ତି ଜେଲରେ AI ପାଓ୍ବାରଡ ସିକ୍ୟୁରିଟି ସିଷ୍ଟମ ଲାଗୁ ହୋଇଛି । ବିଭିନ୍ନ ସମୟରେ ଜେଲକୁ ନଜର ଗତିବିଧି ରଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଏପରି ଲଗାଯାଇଛି । ୧୮ଟି ଜେଲରେ ଲଗାଯିବ।ପାଇଲଟ ପ୍ରୋଜେକ୍ଟରେ ଢେଙ୍କାନାଳ ଜେଲରେ ସଫଳ ହୋଇଛି । ଡ଼ିଜିଙ୍କ ନିର୍ଦ୍ଦେଶ କ୍ରମେ ଲଗାଯାଇଛି। ଟେଷ୍ଟିଂ ସଫଳ ହୋଇଛି । ବାକି ୧୭ଟି ଜେଲରେ ଲଗାଇବାକୁ ନିର୍ଦୃଶ ଦିଆଯାଇଛି । ଟେଷ୍ଟିଂ ବେଳେ ଇମାଜିନିରି ଲାଇନ ରହୁଛି । ଯାହାକୁ କ୍ରସ କଲେ ବା ମୁଭମେଣ୍ଟ ହେଲେ ବଜର ବାଜି ଉଠୁଛି । ଫଳରେ ଆମର କର୍ତ୍ତୃପକ୍ଷ ଆଲର୍ଟ ହୋଇଯାଉଛନ୍ତି । ଯଦି କିଏ ପାଚେରି ଭିତରକୁ କିଛି ଫିଙ୍ଗୁଛି ବା ବାହାରୁ ଭିତରକୁ ଫିଙ୍ଗୁଛି ବଜର ବାଜିବ ଆଲର୍ଟ ହୋଇପାରିବ।ଆଗକୁ ଦ୍ୱୀତିୟ ପର୍ଯ୍ୟାୟରେ ୪ଟି ବଡ଼ ଜେଲରେ ଲଗାଇବାକୁ ଯୋଜନା ଅଛି । ବଡ଼ ଜେଲ ମାନଙ୍କରେ ୩୨ଟି ଲେଖାଏ ଲଗାଇବାକୁ ଯୋଜନା ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    15 %
    2.6kmh
    0 %
    Tue
    28 °
    Wed
    31 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ