Tuesday, September 23, 2025
25.4 C
Odisha

    ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ବୈଠକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି ବୈଠକ ହୋଇଥିଲା । ଏହି ବୈଠକରେ ଉଚ୍ଚ ଶିକ୍ଷା , ଗଣ ଶିକ୍ଷା , ବୈଷୟିକ ଶିକ୍ଷା ଉପରେ ଆଲୋଚନା କରାଯାଇଥିଲା ।

    ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟତୀତ ଗଣ ଶିକ୍ଷା ମନ୍ତ୍ରୀ , ଉଚ୍ଚ ଶିକ୍ଷା ମନ୍ତ୍ରୀ, ବୈଷୟିକ ଶିକ୍ଷା ମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ, ପ୍ରାୟ ଦେଢ଼ ଘଣ୍ଟାର ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ର୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ସାମିଲ ଥିଲେ ।

    ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କ’ଣ ଆଲୋଚନା ହୋଇଥିଲା, ସେନେଇ କୌଣସି ସୂଚନା ମିଳିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    92 %
    1.1kmh
    100 %
    Tue
    26 °
    Wed
    26 °
    Thu
    28 °
    Fri
    29 °
    Sat
    27 °

    ସମ୍ବନ୍ଧିତ