Saturday, April 11, 2026
25.2 C
Odisha

    ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରେ ବିଜେପି ! ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି କାଲି ଭିତରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ନୂଆଦିଲ୍ଲୀରେ ବିଜେପି ଜାତୀୟ ସଭାପତିଙ୍କୁ ଭେଟି ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟସଭା ନିର୍ବାଚନ ପାଇଁ ଜୋରଦାର କସରତ ଚାଲିଥିବା ବେଳେ ଏହି ସାକ୍ଷାତ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ବିଜେପି ନୀତୀନ ନବୀନଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିବା ଚାଲିଛି ଚର୍ଚ୍ଚା । ତେଣୁ ମୋହନଙ୍କ ସାକ୍ଷାତ ରାଜ୍ୟ ରାଜନୀତିକୁ ସରଗରମ କରିଛି। ରାଜ୍ୟସଭା ପ୍ରାର୍ଥୀ ରେସରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ଗୋଲକ ମହାପାତ୍ର, ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ନାଁ ରହିଥିବା ଜଣାପଡ଼ିଛି । ତେବେ ସଂସଦୀୟ ବୋର୍ଡ ନେବ ଚୂଡ଼ାନ୍ତ ନିଷ୍ପତ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    58 %
    1.8kmh
    0 %
    Fri
    25 °
    Sat
    38 °
    Sun
    40 °
    Mon
    42 °
    Tue
    43 °

    ସମ୍ବନ୍ଧିତ