Monday, October 12, 2026
22.9 C
Odisha

    ୧୨ ସେଟ୍‌ ଗଲାଣି ନାମାଙ୍କନପତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦୁଇଦିନରେ ୧୨ ସେଟ ନାମାଙ୍କନପତ୍ର ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀ ନେଇଛନ୍ତି। ବିଜେଡି ୬ସେଟ୍‌, କଂଗ୍ରେସ ୩ସେଟ୍‌ ଏବଂ ତିନିଜଣ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ନାମାଙ୍କନପତ୍ର ନେଇଥିବା ଜଣାପଡ଼ିଛି। ପ୍ରଥମ ଦିନ ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ୬ଟି ସେଟ୍‌ ନାମାଙ୍କନପତ୍ର ନେଇଥିବା ବେଳେ ତେଲେଙ୍ଗାନାର କାନ୍ତେ ସାୟାନ୍ନା ସ୍ବାଧୀନ ପ୍ରାର୍ଥୀ ଭାବେ ଗୋଟିଏ ସେଟ୍‌ ନାମାଙ୍କନପତ୍ର ନେଇଥିଲେ। ଶୁକ୍ରବାର କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗୋ ୩ସେଟ୍‌ ନାମାଙ୍କନପତ୍ର ନେଇଛନ୍ତି। ଏଥିସହିତ କଟକ ପୁରୀଘାଟ ଅନ୍ତର୍ଗତ ତେଲେଙ୍ଗା ବଜାର ଅଞ୍ଚଳର ଜଣେ ବ୍ୟକ୍ତି ସ୍ବାଧୀନ ପ୍ରାର୍ଥୀ ଭାବେ ଗୋଟିଏ ସେଟ୍‌ ନାମାଙ୍କନପତ୍ର ନେଇଥିବା ବେଳେ ଖୋରଧା ଜିଲାର ଗୁରୁଜଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ସ୍ବାଧୀନ ପ୍ରାର୍ଥୀ ଭାବେ ଗୋଟିଏ ସେଟ୍‌ ନାମାଙ୍କନପତ୍ର ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ