Wednesday, April 8, 2026
22.9 C
Odisha

    ରାଜ୍ୟ ବଜେଟ୍‌ ପାଇଁ ଜନସାଧାରଣ ଦେଇପାରିବେ ମତାମତ: ଅର୍ଥ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୪-୨୫ ସରିସରି ଆସୁଥିବା ‌ବେଳେ ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟର ବିକାଶ ପାଇଁ କେଉଁ ବିଭାଗକୁ କେତେ ଟଙ୍କା ଦେବେ ଏନେଇ ଏଥି ପାଇଁ ସରକାରଙ୍କ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସଂସ୍ଥାଠୁ ମତାମତ ଲୋଡ଼ିଛି। କେଉଁ କ୍ଷେତ୍ର ପାଇଁ ବଜେଟ୍‌ କିଭଳି ହେବା ଦରକାର ସର୍ବସାଧାରଣ ମତାମତ ଦେଇପାରିବେ। ଏହି ମତାମତ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ପଠାଇ ରାଜ୍ୟ ସରକାରଙ୍କ ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବାକୁ ସଂପୃକ୍ତ ବିଭାଗ ଅନୁରୋଧ କରିଛି।

    ଅର୍ଥ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛି। ଏହା ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ। ଜନସାଧାରଣ ଓ ଅନ୍ୟ ସଂଗଠନ ସର୍ବାଧିକ ୫୦୦ଶବ୍ଦରେ ରାଜସ୍ୱ, ବ୍ୟୟ ଓ ଅନ୍ୟାନ୍ୟ ଭଳି ୩ଟି ବର୍ଗରେ ନିଜର ମତାମତ ଦେଇପାରିବେ ବୋଲି କୁହାଯାଉଛି। ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀମାନେ ନିଜର ପରାମର୍ଶଗୁଡ଼ିକୁ ଇ-ମେଲ୍ [email protected]ରେ ପଠାଇପାରିବେ। ସେହିପରି ବଜେଟ୍ ସମ୍ବନ୍ଧୀୟ ମତାମତକୁ ହ୍ୱାଟସଅପ୍ ନମ୍ବର-୯୪୩୮୧୬୧୧୧୧ ଓ ଅର୍ଥ ବିଭାଗର ସାମାଜିକ ଗଣମାଧ୍ୟମ (ଏକ୍ସ,ଫେସବୁକ, ଇନଷ୍ଟାଗ୍ରାମ) ଦ୍ୱାରା ମଧ୍ୟ ପଠାଇପାରିବେ।ସୂଚନାଯୋଗ୍ୟ, ଆର୍ଥିକ ବର୍ଷ ୨୦୨୪-୨୫ରେ ମୋହନ ମାଝୀ ସରକାର ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଆଗାମୀ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଆସନ୍ତା ଫେବ୍ରୁଆରି ଶେଷ ସପ୍ତାହରେ ଉପସ୍ଥାପନ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ