Sunday, October 11, 2026
22.8 C
Odisha

    ଦେଶରେ ପ୍ରଥମ : ମଧ୍ୟପ୍ରଦେଶ ୱାକଫ୍ ବୋର୍ଡରେ ହିନ୍ଦୁ ସଦସ୍ୟ

    ଆଗକୁ ପଢନ୍ତୁ

    ଭୋପାଳ : ଦେଶରେ ପ୍ରଥମ ଥର ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ମଧ୍ୟପ୍ରଦେଶ ସରକାର ରାଜ୍ୟ ୱାକଫ୍ ବୋର୍ଡର ପୁନର୍ଗଠନ କରି ଏଥିରେ ୨ ଜଣ ହିନ୍ଦୁ ସଦସ୍ୟଙ୍କୁ ସାମିଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୂତନ ୱାକଫ୍ (ସଂଶୋଧନ) ଆଇନ, ୨୦୨୫ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସଂଶୋଧିତ ଆଇନ ଆଧାରରେ ୱାକଫ୍ ବୋର୍ଡ ଗଠନ କରିବାରେ ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନିର୍ଦେଶକ୍ରମେ ଗଠିତ ୧୦ ଜଣିଆ ବୋର୍ଡରେ ସାମିଲ ହୋଇଥିବା ଦୁଇ ହିନ୍ଦୁ ସଦସ୍ୟ ହେଲେ ମନୋଜ ମାଲପାଣି ଓ ଅନିମେଶ ଭାର୍ଗବ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ସାନୱାର ପଟେଲ୍‌ଙ୍କୁ ପୁଣି ଥରେ ୱାକଫ୍ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ୱାକଫ୍ ଆଇନ, ୧୯୯୫ ଅନୁଯାୟୀ ରାଜ୍ୟ ୱାକଫ୍ ବୋର୍ଡରେ କେବଳ ମୁସଲମାନ ସମୁଦାୟର ସଦସ୍ୟ ରହୁଥିଲେ। ସରକାରଙ୍କ ଦ୍ୱାରା ମନୋନୀତ ସଦସ୍ୟ ମଧ୍ୟ ମୁସଲମାନ ହେବା ବାଧ୍ୟତାମୂଳକ ଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂତନ ଆଇନରେ ପ୍ରତି ରାଜ୍ୟ ୱାକଫ୍ ବୋର୍ଡରେ ଅତିକମ୍‌ରେ ଦୁଇ ଜଣ ଅଣ-ମୁସଲମାନ
    ସଦସ୍ୟ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ୱାକଫ୍ ବୋର୍ଡ ହେଉଛି ଏକ ସ୍ୱାଧୀନ ସରକାରୀ ସଂସ୍ଥା, ଯାହାର ମୁଖ୍ୟ କାର୍ଯ୍ୟ ହେଲା ରାଜ୍ୟରେ ଥିବା ସମସ୍ତ ୱାକଫ୍ ସମ୍ପତ୍ତି (ଧାର୍ମିକ, ଶିକ୍ଷାନୁଷ୍ଠାନ ଏବଂ ଦାନ କରାଯାଇଥିବା ଜମିବାଡ଼ି)ର ପରିଚାଳନା ଏବଂ ସୁରକ୍ଷା କରିବା। ଏହାସହ ସମ୍ପତ୍ତିଗୁଡ଼ିକୁ ବେଆଇନ ଜବରଦଖଲରୁ ରକ୍ଷା କରିବା ଏବଂ ସେଥିରୁ ମିଳୁଥିବା ଆୟକୁ ସାମାଜିକ ମଙ୍ଗଳ କାର୍ଯ୍ୟରେ ଲଗାଇବା। ନୂତନ ଭାବେ ଗଠିତ ୱାକଫ୍‌ ବୋର୍ଡରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନଜମା ହେପତୁଲ୍ଲା, ବିଧାୟକ ଆତିଫ୍ ଅକିଲ୍ ଏବଂ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର କମିସନରଙ୍କୁ ସଦସ୍ୟ ରଖାଯାଇଛି। ମଧ୍ୟପ୍ରଦେଶ ସରକାରଙ୍କ ଏହି ପଦକ୍ଷେପ ପରେ ଏବେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ନିଜ ନିଜର ୱାକଫ୍ ବୋର୍ଡରେ ଏଭଳି ପରିବର୍ତ୍ତନ କରିବା ପାଇଁ ଉତ୍ସାହିତ କରିବ ବୋଲି ଆଶା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ