Thursday, August 28, 2025
23.3 C
Odisha

    ରାଷ୍ଟ୍ରପତି ଭବନରେ ଉଦ୍‌ବୋଧନ ଦେବା ପାଇଁ ଓଡିଆ ପୁଅଙ୍କୁ ନିମନ୍ତ୍ରଣ

    ଆଗକୁ ପଢନ୍ତୁ

    ନୀଳଗିରି : ନୀଳଗିରି ବ୍ଲକ ଜାମୁଡିହା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରସଂଶାର ପାତ୍ର ପାଲଟିଛନ୍ତି ଲଳିତ । ସୂଚନା ମୁତାବକ ବାଲେଶ୍ବର ବାଲିଆ ଅଞ୍ଚଳର ରଶ୍ମିତା ଦାସଙ୍କ ପୁତ୍ର ଲଳିତ କୁମାର ରାଉତ । ସେ ଜାମୁଡିହା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ଅଟନ୍ତି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ରାଷ୍ଟ୍ରପତି ଭବନରେ ଉଦ୍‌ବୋଧନ ଦେବା ପାଇଁ ତାଙ୍କୁ ଡାକରା ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ୨୦୨୩ ମସିହାରେ ପ୍ରତ୍ୟକ ସ୍କୁଲରେ ବକ୍ତୃତା,ଚିତ୍ରାଙ୍କନ,ରଚନା ଲିଖନ ଆଦି ପରୀକ୍ଷା ମାନ ଆୟୋଜିତ ହୋଇଥିଲା । ଯେଉଁ ପ୍ରତିଯୋଗିତାରେ ଲଳିତ ପ୍ରଥମେ ସ୍କୁଲ ସ୍ତରରୁ ଯୋଗ୍ୟ ବିବେଚିତ ହୋଇ ପରେ ଜିଲ୍ଲା,ରାଜ୍ୟ ଓ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିଲେ । ୨୦୨୪ ମସିହାରେ ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରର ପ୍ରତିଯୋଗିତାରେ ସେ ସୁନ୍ଦର ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

    ଫଳରେ ଆଗାମୀ ସ୍ବାଧୀନତା ଦିବସରେ ସେଠାରେ ନିଜ ଅନୁଭୂତି ପ୍ରଦାନ କରିବା ସହ ଭାଷଣା ଦେବା ପାଇଁ ରାଷ୍ଟ୍ରପତି ଭବନରୁ ତାଙ୍କୁ ଡକରା ଆସିଛି । ଜିଲ୍ଲା ପ୍ରତିଯୋଗିତାର ଗୋଟିଏ ଦିନ ପୂର୍ବରୁ ମୁଁ ପ୍ରତିଯୋଗିତାକୁ ଯାଉଛି ବୋଲି ମତେ ପ୍ରିନ୍ସିପାଲ କହିଥିଲେ । ସ୍କୁଲରସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ମୋ ପରିବାରର ସହଯୋଗ ଭଗବାନଙ୍କ ଆର୍ଶିବାଦ ପାଇଁ ମୁଁ ଭଲ ପ୍ରଦର୍ଶନ କରିପାରିଥିଲି କେବେ ଭାବିନଥିଲେ । ରାଷ୍ଟ୍ରପତି ଭବନରୁ ଡାକରା ଆସିବ ବୋଲି ମୁଁ ବହୁତ ଖୁସି ଓ ଉତ୍ସାହିତ ଅଛି । ସେଠାରେ ଯାଇ ନିଜର ଅନୁଭୂତି ପ୍ରଦାନ କରିବା ସହ ଭାଷଣ ଦେବା ପାଇଁ ବୋଲି କହିଛନ୍ତି ଲଳିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.3 ° C
    23.3 °
    23.3 °
    98 %
    1.2kmh
    58 %
    Thu
    29 °
    Fri
    31 °
    Sat
    29 °
    Sun
    30 °
    Mon
    29 °

    ସମ୍ବନ୍ଧିତ