Friday, April 3, 2026
39 C
Odisha

    ରାହୁଲଙ୍କୁ ସୋଫିଆ କହିଲେ ସିକ୍ରେଟ ପ୍ଲାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆଜି ଭୁବନେଶ୍ୱରର ବରମୁଣ୍ଡା ମୈଦାନରେ ଆୟୋଜିତ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେଇଥିଲେ। ଏହି ସମାବେଶରେ କଂଗ୍ରେସର ବରିଷ୍ଠ ନେତା ତଥା ଓ ପ୍ରଦେଶ କଂଗ୍ରେସ କମିଟିର ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ସହ ରାହୁଲ ଗାନ୍ଧୀଙ୍କ ଆଲୋଚନା ଓ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ସୋଫିଆ ଫିର୍ଦ୍ଦୋସ, ସମାବେଶରେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଆଗମନ ଓ କଂଗ୍ରେସ କର୍ମୀଙ୍କ ମନୋବଳକୁ ଅଧିକ ସୁଦୃଢ କରିଛି। ଆଜି ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଏକ ଉତ୍ସାହଜନକ ପରିବେଶ ଦେଖାଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାଜପା ସରକାର ଓ ଗତ ଏକ ବର୍ଷ ମଧ୍ୟରେ ନାରୀ ସମ୍ମାନ ଓ ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ବିକାଶର ନାଁରେ ଭାଜପା କେବଳ ଧୋକା ଦେଇଛି, ଏବଂ ବଳତ୍କାର ଭଳି ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି, ବୋଲି ସୋଫିଆ ଅଭିଯୋଗ କରିଛନ୍ତି।

    ସେହିପରି ରାହୁଲ ଗାନ୍ଧୀ ଏହି ସମାବେଶରେ ଭାଜପା ଉପରେ କଡ଼ା ଟାର୍ଗେଟ କରି କହିଥିଲେ ଯେ, ଭାଜପା ସମ୍ବିଧାନ ଉପରେ ଆକ୍ରମଣ କରୁଛି, ଯାହା ଦଳିତ, ଆଦିବାସୀ ଏବଂ ଗରିବ ଲୋକଙ୍କୁ ସୁରକ୍ଷା ପ୍ରଦାନ କରେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଭାଜପା ଜମି, ଜଙ୍ଗଲ ଏବଂ ଜଳ ଲୁଟ କରୁଛି, ଯାହା ସାଧାରଣ ଜନତାଙ୍କ ଅଧିକାରକୁ ହରଣ କରୁଛି।

    ଏହି ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ସୋଫିଆ ର୍ଫିଦ୍ଦୋସଙ୍କ ସହ ରାହୁଲଙ୍କ ଆଲୋଚନା ଓ କଂଗ୍ରେସର ସାଂଗଠନିକ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହି ସମାବେଶ ପାଇଁ ଓ ଡ୍ରାଇଭର୍ସ ମହାସଂଘ ସେମାନଙ୍କର ଚଳିତ ଆନ୍ଦୋଳନକୁ ଶିଥିଳ କରି ରାହୁଲ ଗାନ୍ଧୀଙ୍କ ରାଲିରେ ଯୋଗଦେବା ପାଇଁ ଗାଡ଼ି ଓ ଡ୍ରାଇଭରମାନଙ୍କୁ ଅନୁମତି ଦେଇଥିଲେ। ରାହୁଲ ଗାନ୍ଧୀ ଏବଂ ସୋଫିଆ ର୍ଫିଦ୍ଦୋସଙ୍କ ମଧ୍ୟରେ ହୋଇଥିବା ଆଲୋଚନା ରାଜ୍ୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ