Friday, October 31, 2025
22.1 C
Odisha

    ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ଉଠିଲା ପ୍ରଶ୍ନ…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ବେତ ନାଗରିକତା ଉପରେ ମେ’ ୫ରେ ହେବ ଶୁଣାଣି । ନାଗରିକତା ସମ୍ବନ୍ଧିତ ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିବାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ କୋର୍ଟ କେନ୍ଦ୍ରକୁ କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି । ରାହୁଲ ଭାରତର ନାଗରିକ କି ନୁହେଁ ଏନେଇ ୧୦ଦିନ ଭିତରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆଜି ରାହୁଲଙ୍କ ନାଗରିକତା ନେଇ ସରକାର ଦାଖଲ କରିଥିବା ଷ୍ଟାଟସ୍ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ । ଆବେଦନରେ ରାହୁଲଙ୍କ ଦୁଇଟି ଦେଶର ନାଗରିକତା ଥିବା ନେଇ ଆପତ୍ତି ପ୍ରକାଶ କରାଯାଇଛି । ଏନେଇ ତାଙ୍କ ସାଂସଦ ପଦ ରଦ୍ଦ କରାଯାଉ ବୋଲି ଆବେଦନରେ କୁହାଯାଇଛି । ଅନ୍ୟପଟେ କଂଗ୍ରେସ ଏହାକୁ ରାଜନୈତିକ ପ୍ରତିଶୋଧର ନାଁ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.1 ° C
    22.1 °
    22.1 °
    93 %
    1.4kmh
    17 %
    Fri
    30 °
    Sat
    28 °
    Sun
    28 °
    Mon
    28 °
    Tue
    27 °

    ସମ୍ବନ୍ଧିତ