Friday, March 27, 2026
29.9 C
Odisha

    ରିଭିଲ୍ ହେଲା ‘‘ଭୂତ ବଙ୍ଗଳା’’ ଫିଲ୍ମ ଟ୍ରେଲରର ରିଲିଜ୍ ଡେଟ୍, ରହିଛି କମେଡି ସିନ୍

    ଆଗକୁ ପଢନ୍ତୁ

    ଅକ୍ଷୟ କୁମାରଙ୍କ ଫିଲ୍ମ “ଭୂତ ବଙ୍ଗଳା”କୁ ନେଇ ବହୁତ ଉତ୍ସାହିତ ରହିଛନ୍ତି ଦର୍ଶକ । ଟିଜର ରିଲିଜ୍ ହେବା ପରେ ପ୍ରଶଂସକମାନେ ଏବେ ଟ୍ରେଲରକୁ ଅପେକ୍ଷା କରିଛନ୍ତି । ନିକଟରେ ଟ୍ରେଲରର ରିଲିଜ୍ ତାରିଖ ଏବେ ରିଭିଲ୍ ହୋଇଛି ।

    ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ଅକ୍ଷୟ କୁମାର ଅଭିନୀତ ହରର-କମେଡି ଫିଲ୍ମ ‘ଭୂତ ବଙ୍ଗଳା’ ୨୦୨୬ ଏପ୍ରିଲ୍ ୧୦ ତାରିଖରେ ସିନେମା ହଲରେ ରିଲିଜ ହେବ । ପୂର୍ବରୁ ଥରେ ଏହି ଫିଲ୍ମ ଟିଜର ରିଲିଜ୍ ଡେଟ୍ ସ୍ଥଗିତ ରଖାଯାଇଥିଲା । ‘‘ଧୁରନ୍ଧର ୨’’ ପାଇଁ ପୁଣି ଏହି ଫିଲ୍ମ ଡେଟ୍ ଘୁଞ୍ଚିପାରେ ବୋଲି ଅନୁମାନ କରାଯାଉଛି । ଏହାରି ମଧ୍ୟରେ ଫିଲ୍ମ ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । “ଭୂତ ବଙ୍ଗଳା”ର ଟ୍ରେଲର ମାର୍ଚ୍ଚ ୩୦ ତାରିଖରେ ମୁକ୍ତିଲାଭ କରିପାରେ । ନିର୍ମାତାମାନେ ଫିଲ୍ମ ମୁକ୍ତିଲାଭ କରିବାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଏହାକୁ ମୁକ୍ତିଲାଭ କରିବାକୁ ଚାହୁଁଥିବା ଜଣାପଡ଼ିଛି । ଏହି ଫିଲ୍ମଟିରେ କମେଡ଼ି ସିନ୍ ଦେଖିବାକୁ ପାଇବେ ଦର୍ଶକ ।

    “ଭୂତ ବାଙ୍ଗଲା”ର ନିର୍ମାତା ଏହାର ରିଲିଜକୁ ଗୋଟିଏ ସପ୍ତାହ ପଛକୁ ଘୁଞ୍ଚାଇବା ବିଷୟରେ ବିଚାର କରୁଛନ୍ତି । “ଧୁରନ୍ଧର 2” ଏହାର ଚତୁର୍ଥ ସପ୍ତାହରେ ଭଲ ପ୍ରଦର୍ଶନ କରିପାରେ ବୋଲି କୁହାଯାଉଛି । ଯାହା “ଭୂତ ବାଙ୍ଗଲା”ର ମୁକ୍ତି ତାରିଖ ସହିତ ମେଳ ଖାଇବ । ତେଣୁ ରିଲିଜକୁ ସ୍ଥଗିତ ରଖିବା ଦ୍ୱାରା ବକ୍ସ ଅଫିସରେ ଫିଲ୍ମଟି ଅଧିକ ଲାଭ ପାଇପାରେ । ଏହା ବ୍ୟତୀତ ବର୍ତ୍ତମାନ ଅନ୍ୟ କୌଣସି ହିନ୍ଦୀ ଫିଲ୍ମ ଏପ୍ରିଲ ୧୭ ତାରିଖରେ ରିଲିଜ ହେଉନାହିଁ । ଫଳରେ ନିର୍ମାତାଙ୍କ ପାଇଁ ଏହି ତାରିଖ ଏକ ଭଲ ବିକଳ୍ପ ହୋଇପାରେ । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସମେତ ପରେଶ ରାୱଲ, ତବୁ ଏବଂ ଭାମିକା ଗବ୍ବି ଅଭିନୟ କରୁଥିବାର ଦେଖିବାକୁ ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    36 %
    3.8kmh
    87 %
    Fri
    29 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ