Saturday, March 1, 2025
36.3 C
Odisha

    ରିଲିଜ୍ ହେଲା ‘‘ଦ ଭୂତନୀ’’ ର ଟିଜର, ସଞ୍ଜୟ ଦତ୍ତଙ୍କ ସହ ଭିନ୍ନ ଲୁକରେ ନଜର ଆସିବେ ମୌନି ରୟ

    ଆଗକୁ ପଢନ୍ତୁ

    ସୁପରଷ୍ଟାର୍ ସଞ୍ଜୟ ଦତ୍ତ ଆକ୍ସନ ଫିଲ୍ମ ଉପରେ ଅଧିକ ଫୋକସ କରିଥାନ୍ତି ହେଲେ ବର୍ତ୍ତମାନ ହରର-କମେଡିର ନିଜର ଯାଦୁ ଦେଖାଇବା ପାଇଁ ପ୍ରସ୍ତୁତ ଅଛନ୍ତି । ତାଙ୍କର ଆଗାମୀ ଫିଲ୍ମ ‘‘ଦ ଭୁତନୀ’’ (The Bhootnii) ର ଟାଇଟେଲ ଫେବୃଆରୀ ୨୫ ରେ ରିଲିଜ୍ ହୋଇଥିବାବେଳେ , ମହାଶିବରାତ୍ରୀ ଅବସରରେ ଏହାର ଟିଜର ରିଲିଜ୍ ହୋଇଛି । ଏହି ଫିଲ୍ମରେ ସଞ୍ଜୟ ଦତ୍ତ ସହିତ ଅନ୍ୟ କଳାକାରମାନେ ମଧ୍ୟ ସାମିଲ ଅଛନ୍ତି । ଫିଲ୍ମ ‘‘ଦ ଭୂତନୀ’’ ର ଟିଜର ଆରମ୍ଭରେ ସଞ୍ଜୟ ଦତ୍ତ ଏକ ଶ୍ଳୋକ ପାଠ କରୁଥିବାର ଦେଖାଯାଉଛି । ଟିଜରରେ ଏକ ଗଛ ଦେଖାଯାଇଛି, ଯେଉଁଥିରେ ଭୂତୁଣୀଙ୍କ ବାସସ୍ଥାନ ପରି ଜଣାପଡୁଛି । ଯାହା ଦର୍ଶକଙ୍କୁ ଆହୁରି ଉତ୍ସାହିତ କରୁଛି । ସଞ୍ଜୟ ଦତ୍ତଙ୍କର ମୋଟ୍ ୧ ମିନିଟ୍ ୧୧ ସେକେଣ୍ଡର ଏହି ଟିଜରରେ ଆକ୍ସନ ରହିଛି । ଏଥି ସହ ଏହି ଫିଲ୍ମରେ ହରର ଏବଂ କମେଡି ଉଭୟ ଦେଖିବାକୁ ପାଇବେ ।‘‘ଦ ଭୂତନୀ’’ ର ଟିଜର ଦେଖିବା ପରେ ସମସ୍ତ ସିନେମା ପ୍ରେମୀଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି । ଟିଜରରେ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ମୌନି ରୟ, ପଲିକ ତିୱାରୀ ଏବଂ ସନି ସିଂହଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଏଥି ସହ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ଚାଲିଛି ଏବଂ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରି ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.3 ° C
    36.3 °
    36.3 °
    14 %
    3.7kmh
    0 %
    Sat
    35 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ