Monday, March 30, 2026
26.9 C
Odisha

    ରିଲିଜ୍ ହେଲା ‘ପରମ ସୁନ୍ଦରୀ’ ଟିଜର

    ଆଗକୁ ପଢନ୍ତୁ

    ବହୁତ ଦିନ ପରେ ସିଦ୍ଧାର୍ଥ ମଲହୋତ୍ରା ତାଙ୍କର ଆକ୍ସନ ଅବତାର ଛାଡି ରୋମାନ୍ସକୁ ଫେରିଛନ୍ତି ।  ତାଙ୍କ ସହ ଜାହ୍ନବୀ କପୁରଙ୍କ ଯୋଡ଼ି ଖୁବ୍ ଶୀଘ୍ର ପରଦାରେ ଧମାଲ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛି । ଭୁଲ ଚୂକ୍ ମାଫ୍ ପରେ ଏବେ ମ୍ୟାଡକ୍ ଫିଲ୍ମସ୍ ଖୁବ୍ ଶୀଘ୍ର ଏହାର ନୂତନ ଫିଲ୍ମ ‘ପରମ ସୁନ୍ଦରୀ’ ସହିତ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛି ।ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଏହି ଫିଲ୍ମର ଏକ ଛୋଟ ଟିଜର ରିଲିଜ୍ ହୋଇଛି । ଯାହା ରିଲିଜ୍ ହେବା ମାତ୍ରେ ୟୁଟ୍ୟୁବ୍‌ରେ ଭାଇରାଲ୍ ହୋଇଛି । ପ୍ରେମଠାରୁ ଆରମ୍ଭ କରି ଆକ୍ସନ ପର୍ଯ୍ୟନ୍ତ, ପରମ ସୁନ୍ଦରୀଙ୍କ ପ୍ରଥମ ଝଲକରେ ସବୁକିଛି ଦେଖିବାକୁ ମିଳିଛି । ତେବେ ଆସନ୍ତୁ ସିନେମା ଉପରେ ନଜର ପକାଇବା ..

    ପରମ ସୁନ୍ଦରୀ ହେଉଛି ଦୁଇଟି ଭିନ୍ନ ସଂସ୍କୃତିର ଜଣେ ପୁଅ ଏବଂ ଜଣେ ଝିଅଙ୍କ ମଧ୍ୟରେ ଏକ ପ୍ରେମ କାହାଣୀକୁ ନେଇ ଆଧାରିତ ହେଇଛି । । ଏହାର ଏକ ଝଲକ ଏହି ଟିଜରରେ ମଧ୍ୟ ଦେଖିବାକୁ ମିଳିଛି । ଏକ ସୁନ୍ଦରୀ ଝିଅର ପ୍ରେମରେ ପଡ଼ନ୍ତି ସିଦ୍ଧାର୍ଥ ।  ତେବେ ଏହି ୫୫ ସେକେଣ୍ଡର ଟିଜରରେ ସାଉଥରେ ରହୁଥୁବା ପ୍ରେମିକାଙ୍କ ଗାଁକୁ ଆସନ୍ତି ପରମ । ପ୍ରେମ ପାଇଁ ସେ ବିଭିନ୍ନ ପ୍ରକାରର ବିପଦର ସମ୍ମୁଖୀନ ହେଇଛନ୍ତି । ଜାହ୍ନବୀ କପୁରଙ୍କ ବିଷୟରେ କହିବାକୁ ଗଲେ, ସେ ଶାଢ଼ି ଏବଂ ନୋଜ ପିଙ୍ଗ୍ ପିନ୍ଧି ଟିଜରରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ଏହି ଯୋଡ଼ି ବହୁତ ଭଲ ଦେଖାଯାଉଛି । ଜାହ୍ନବୀ ହାତରେ ବନ୍ଧୁକ ଧରି କାହାକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି ତାହା ଆପଣ ଜୁଲାଇ ମାସରେ ହିଁ ଜାଣିପାରିବେ ।

    ସିଦ୍ଧାର୍ଥ ମଲହୋତ୍ରା ବହୁତ ଦିନ ପରେ ଏହି ପ୍ରକାରର ଫିଲ୍ମ କରୁଛନ୍ତି । ତେଣୁ ପ୍ରଶଂସକମାନେ ତାଙ୍କୁ ସେହି ଛାତ୍ର ରୋମାଣ୍ଟିକ ଲୁକରେ ଦେଖି ବହୁତ ଖୁସି । ଟିଜର ଦେଖିବା ପରେ ଜଣେ ବ୍ୟବହାରକାରୀ କମେଣ୍ଟ କରିଛନ୍ତି ୧୧ ବର୍ଷ ପରେ ସିଦ୍ଧାର୍ଥ ମାଲହୋତ୍ରା ଏକ ରୋମାଣ୍ଟିକ-କମେଡି ନେଇ ଆସିଛନ୍ତି । ତେବେ ଏହି ଫିଲ୍ମର ଟିଜର ଏବଂ ଗୀତ ବହୁତ ସୁନ୍ଦର ହୋଇଛି ।  ପରମ ସୁନ୍ଦରୀ ୨୫ ଜୁଲାଇ ୨୦୨୫ରେ ସିନେମା ହଲରେ ରିଲିଜ୍ ହୋଇବ । ଏହି ଚଳଚ୍ଚିତ୍ରଟି ତୁଷାର ଜଲୋଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    24 %
    2.3kmh
    0 %
    Sun
    27 °
    Mon
    41 °
    Tue
    39 °
    Wed
    40 °
    Thu
    40 °

    ସମ୍ବନ୍ଧିତ