Sunday, May 18, 2025
37.3 C
Odisha

    ରିଲିଜ୍ ହେଲା ଫିଲ୍ମ ‘ଠଗ୍ ଲାଇଫ୍’ର ଟ୍ରେଲର୍, ଡ୍ୟାସିଂ ଲୁକରେ ନଜର ଆସିଲେ କମଲ୍ ହାସନ୍

    ଆଗକୁ ପଢନ୍ତୁ

    ମୁମ୍ବାଇ : ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ ଲାଇଫ୍’ର ଟ୍ରେଲର ରିଲିଜ୍ ହୋଇଯାଇଛି । ବରିଷ୍ଠ ଫିଲ୍ମ ନିର୍ମାତା ମଣିରତ୍ନମଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଆକ୍ସନ୍-ଥ୍ରୀଲରରେ ତ୍ରିଶା କୃଷ୍ଣନ୍, କମଲ୍ ହାସନ୍, ସିଲାମ୍ବରସନ ଟିଆର ଏବଂ ସାନ୍ୟା ମାଲହୋତ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୫ ତାରିଖରେ ସାରା ବିଶ୍ୱରେ ରିଲିଜ ହେବାକୁ ଯାଉଛି । ଟ୍ରେଲର ଭିଡିଓଟି ସାରେଗାମା ମ୍ୟୁଜିକର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ୱାରା ପୋଷ୍ଟ କରାଯାଇଛି । ଯାହାପରେ ଏଥିରେ ଫ୍ୟାନ୍ସଙ୍କ ହଜାର ହଜାର କମେଣ୍ଟ ସହିତ ବଢିଆ ଭ୍ୟୁ ମଧ୍ୟ ମିଳିଛି । ଏହି ଆକ୍ସନ-ଥ୍ରୀଲର ଫିଲ୍ମର ଗୀତ ଏ.ଆର. ରହମାନଙ୍କ ଦ୍ୱାରା ରଚିତ ଏବଂ କମଲ ହାସନ, ମଣିରତ୍ନମ, ଉଦୟନିଧି ଷ୍ଟାଲିନ, ଆର. ମହେନ୍ଦ୍ରନ, ଶିବ ଅନନ୍ତଙ୍କ ଦ୍ୱାରା ରାଜ କମଲ ଫିଲ୍ମସ ଇଣ୍ଟରନ୍ୟାସନାଲ, ମାଡ୍ରାସ ଟକିଜ ଏବଂ ରେଡ ଜାଏଣ୍ଟ ମୁଭିଜ୍ ବ୍ୟାନରରେ ପ୍ରଯୋଜିତ । ଗତକାଲି ଅର୍ଥାତ ୧୭ ମଇରେ ଏହାର ଦମଦାର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ, କମଲ ହାସନ ଏବଂ ସିଲାମ୍ବରସନ ଟିଆରଙ୍କୁ ପରଦାରେ ବାପା ଏବଂ ପୁଅ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ଟ୍ରେଲରଟି କମଲ ହାସନଙ୍କ ଚରିତ୍ରର ଭଏସ୍ ସହିତ ଆରମ୍ଭ ହୋଇଛି । ଫିଲ୍ମର ଟ୍ରେଲରରେ କମଲ ହାସନଙ୍କ ଜବରଦସ୍ତ ଲୁକ୍ ଦେଖିବାକୁ ମିଳିଛି । ଏହା ସହିତ କମଲ ହାସନ ପୁଣି ଥରେ ପରଦାରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । ଜୁନ୍ ମାସରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ପାଇଁ ଦର୍ଶକ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

    ଏବେ ଦେଖିବା ବାକି ରହିଲା ଯେ ଏହି ଫିଲ୍ମର କାହାଣୀ କେତେ ହୃଦୟକୁ ଛୁଇଁପାରୁଛି । ଏହି ଫିଲ୍ମଟି ବରିଷ୍ଠ ନିର୍ଦ୍ଦେଶକ ମଣିରତ୍ନମଙ୍କ ଦ୍ୱାରା ନିର୍ମିତ । ୱାର୍କ ଫ୍ରଣ୍ଟ ଵିଵାୟରେ କହିବାକୁ ଗଲେ, କମଲ ହାସନଙ୍କୁ ଶେଷ ଥର ପାଇଁ ସିଦ୍ଧାର୍ଥ ଏବଂ ରାକୁଲ ପ୍ରୀତ ସିଂହଙ୍କ ସହିତ ନେଟଫ୍ଲିକ୍ସର ‘ଇଣ୍ଡିଆନ 2’ ରେ ଦେଖିବାକୁ ମିଳିଥିଲା । ଏହି ଆକ୍ସନ୍ ଡ୍ରାମା ଫିଲ୍ମଟି ଏସ୍ ଶଙ୍କରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ଅନ୍ୟପକ୍ଷରେ, ତ୍ରିଶା କୃଷ୍ଣନଙ୍କୁ ଶେଷ ଥର ପାଇଁ ରବିଚନ୍ଦ୍ରନଙ୍କ ନିର୍ଦ୍ଦେଶିତ ‘ଗୁଡ୍ ବ୍ୟାଡ୍ ଅଗଲି’ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ଅଜିତ କୁମାର ଏବଂ ସିମରନଙ୍କ ସହିତ ମୁଖ୍ୟ ଭୂମିକାରେ ଥିଲେ । ଏବେ କମଲ ହାସନ ଖୁବ୍‌ଶୀଘ୍ର ଠଗ୍ ଲାଇଫ୍‌ରେ ଚମତ୍କାର ଅଭିନୟ ସହିତ କମ୍ ବ୍ୟାକ୍ କରୁଛନ୍ତି । ତେବେ ବର୍ତ୍ତମାନ କମଲ ହାସନଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.3 ° C
    37.3 °
    37.3 °
    35 %
    1.6kmh
    78 %
    Sun
    38 °
    Mon
    40 °
    Tue
    40 °
    Wed
    37 °
    Thu
    36 °

    ସମ୍ବନ୍ଧିତ