Thursday, September 19, 2024
23 C
Odisha

    ରୁଟି ଖାଉଥିବା ବ୍ୟକ୍ତିମାନେ ଧ୍ୟାନ ଦିଅନ୍ତୁ

    ଆଗକୁ ପଢନ୍ତୁ

    ଲୋକମାନେ ମଇଦାରେ ପ୍ରସ୍ତୁତି ରୁଟି ଖାଇବାକୁ ପସନ୍ଦ କରନ୍ତି । ଚକଟା ଅଟା ବଳିଲେ ଏହାକୁ  ଫ୍ରିଜରେ ରଖି ଦେଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମଇଦାରେ ପ୍ରସ୍ତୁତ ଅଟା ଶରୀର ପାଇଁ ବିପଦଜ୍ଜନକ ହୋଇଥାଏ । ବଳିଥିବା ଚକଟା ଅଟାକୁ ଫ୍ରିଜରେ ରଖିଲେ ତାଠାରୁ ଆହୁରି କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା କାହିଁକି କ୍ଷତି କାରକ ..

    ଜାଣି ରଖନ୍ତୁ , ଫ୍ରିଜରେ ରହିଥିବା ଅଟାରେ ରୁଟି ପ୍ରସ୍ତୁତ କଲେ ଏଥିରୁ କୌଣସି ପ୍ରକାରର ପୋଷକ ତତ୍ତ୍ୱ ମିଳିନଥାଏ । ଫ୍ରିଜରେ ଅଧିକ ସମୟ ଧରି ଅଟା ରହିବାରୁ ସେଥିରେ ଥିବା ଭିଟାମିନ ଏବଂ ମିନେରାଲ୍ସ ଗୁଡିକ ନଷ୍ଟ ହୋଇଯାଏ । ଏହି ଅଟାରେ ବନିଥିବା ରୁଟିକୁ ଖାଇବା ପରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

    ସେହିପରି ଚକଡା ହୋଇଥିବା ଅଟା ଫ୍ରିଜରେ ରଖିବା ପରେ ଏଥିରେ ଫିମ୍ପି ମାରିଯାଇଥାଏ । ପୁଣି ଏହି ଫିମ୍ପି ଅଟାରେ ରୁଟି ପ୍ରସ୍ତୁତି କରିବା ପରେ ଫୁଡ ପଏଜନ ହେବାର ଆଶଙ୍କା ଅଧିକ ହୋଇଥାଏ । ଏହାଦ୍ୱାରା ବାନ୍ତି, ଝାଡା, ପେଟ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ହୋଇଥାଏ । ଏଥିସହ ଫ୍ରିଜରେ ରହିଥିବା ଅଟାରେ ପ୍ରସ୍ତୁତ ରୁଟିର ସ୍ୱାଦ କମ ଲାଗେ । ଫ୍ରିଜରେ ଥବା ଅଟାରୁ ରୁଟି ପ୍ରସ୍ତୁତ କଲେ ଏହା ହଜମ ପକ୍ରିୟାରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ । ବିଭିନ୍ନ ପେଟ ଜନିତ ଗ୍ୟାସ, ଏସିଡିଟି ଭଳି ସମସ୍ୟା କରାଇଥାଏ । କାରଣ ଚକଡା ହୋଇ ରହିଥିବା ରୁଟିରେ ଶିଘ୍ର ଜୀବାଣୁ ବ୍ୟାପିଥାନ୍ତି ଯାହା ଖାଇବା ଦ୍ୱାରା ଅନେକ ପ୍ରକାରର ଶାରିରୀକ ସମସ୍ୟା ଦେଖା ଦେଇଥାଏ ।

    କେମିତି କରିବା ସମସ୍ୟାର ସମାଧାନ?

    ମନ ରଖନ୍ତୁ ରୁଟି ଖାଇବା ପୂର୍ବରୁ ସାଙ୍ଗେ ସାଙ୍ଗେ ଚକଟି ଶିଘ୍ର ଖାଆନ୍ତୁ । ଏହାଦ୍ୱାରା ଠିକ ପୋଷକ ତତ୍ତ୍ୱ ମିଳିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବ । ସବୁବେଳେ ଆବଶ୍ୟକ ମାତ୍ରାରେ ଅଟା ଦଳନ୍ତୁ । ଯଦି ଏହା ବଳେ ତେବେ ତୁରନ୍ତ ଏହାକୁ ପ୍ରସ୍ତୁତ କରି ଖାଇ ନିଅନ୍ତୁ । ସବୁବେଳେ ପରିଷ୍କାର ବାସନରେ ରୁଟିକୁ ଚକଟିବା ସହ ହାତକୁ ଭଲ ଭାବରେ ପରିଷ୍କାର ରଖନ୍ତୁ । ଏପରି କରିବା ଦ୍ୱାରା ବ୍ୟାକ୍ଟେରିଆ ଏବଂ ଫିମ୍ପିର ସମସ୍ୟା ଦେଖା ଯାଇନଥାଏ । ତେଣୁ ସବୁବେଳେ ସତର୍କ ରହି କାମ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ