ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ଖୁବ୍ ମହତ୍ତ୍ୱ ରହିଛି । ଏହାକୁ ପ୍ରଭୁ ଶିବ ଶଙ୍କରଙ୍କ ଆଶୀର୍ବାଦ ବୋଲି ମଧ୍ୟ କୁହାଯାଏ । ଅନେକ ଗଳାରେ ରୁଦ୍ରାକ୍ଷ ଧାରଣ କରିଥିବା ଦେଖାଯାଏ । ଏହାର ଧାର୍ମିକ ମହତ୍ତ୍ୱ ସହ ସ୍ୱାସ୍ଥ୍ୟ ପାଇଁ ଏହା କେତେ ଉପକାରୀ ଜାଣନ୍ତୁ। ବିଶେଷ କରି ରୁଦ୍ରାକ୍ଷ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଶରୀରରୁ ଅନେକ ରୋଗ ଦୂର ହୋଇଥାଏ । ଜାଣନ୍ତୁ ବିଶେଷଜ୍ଞଙ୍କ ମତରେ ରୁଦ୍ରାକ୍ଷ ପାଣି କେତେ ଉପକାରୀ..
ବିଶେଷଜ୍ଞଙ୍କ ମତାନୁସାରେ ରୁଦ୍ରାକ୍ଷ ଏକ ଶକ୍ତିଶାଳୀ ପ୍ରାକୃତିକ ବିଜ । ଯାହାକୁ ଆୟୁର୍ବେଦରେ ଶକ୍ତି ପ୍ରଦାନ କରୁଥିବା ଔଷଧ ବୋଲି କୁହାଯାଏ । ରୁଦ୍ରାକ୍ଷ ପାଣି ସେବନ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଉପକାରୀ । ଏହା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ରଖିଥାଏ । ହୃଦୟକୁ ସୁସ୍ଥ ରଖିଥାଏ ।
ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ଶିରା ପ୍ରଶିରାକୁ ସଠିକ୍ ଭାବେ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ । ମାନସିକ ଶାନ୍ତି ମିଳିଥାଏ । ଦୁଃଶ୍ଚିନ୍ତା, ଥକ୍କାପଣକୁ କମ୍ କରିବା ସହ ଏକାଗ୍ରତା ବୃଦ୍ଧି କରିଥାଏ ।
ରୁଦ୍ରାକ୍ଷ ପାଣି ପ୍ରାକୃତିକ ଭାବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ମଜଭୁତ କରିଥାଏ । ଶରୀରକୁ ରୋଗରୁ ଲଢିବା ପାଇଁ ଶକ୍ତି ପ୍ରଦାନ କରିଥାଏ ।
କେମିତି ପ୍ରସ୍ତୁତ କରିବେ :- ପ୍ରଥମେ ରାତିରେ ଏକ ପାତ୍ରରେ ସଫା ପାଣି ନିଅନ୍ତୁ । ଏଥିରେ ଗୋଟିଏ କିମ୍ବା ୨ଟି ଅସଲି ରୁଦ୍ରାକ୍ଷ ପକାନ୍ତୁ । ଏହାକୁ ଘୋଡାଇ ରଖି ଦିଅନ୍ତୁ ।
ସକାଳେ ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ ।
ନିୟମିତ ଏପରି କରିବା ଦ୍ୱାରା ମାନସିକ ଶାନ୍ତି ସହ ସମସ୍ତ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ ।