Thursday, April 2, 2026
33.8 C
Odisha

    ରୁଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

    ଆଗକୁ ପଢନ୍ତୁ

    ରୁଷ : କ୍ରିମିଆରେ ରୁଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୯ ଜଣଙ୍କର ମୃତ୍ୟୁ ହୋଇଛି । TASS ବୁଧବାର ରିପୋର୍ଟ ଅନୁସାରେ, ବିମାନରେ ୨୩ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ । ରୁଷୀୟ ଆଣ୍ଟୋନୋଭ-୨୬ ସେନା ବିମାନ କ୍ରିମିଆ ଉପଦ୍ୱୀପ ଉପରେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଫଳରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

    ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଘଟଣା ସମ୍ପର୍କରେ କହିଛି ଯେ, ମାର୍ଚ୍ଚ ୩୧ ତାରିଖରେ ପ୍ରାୟ ୬ଟାରେ କ୍ରିମିଆ ଉପଦ୍ୱୀପ ଉପରେ ଏକ ନିର୍ଦ୍ଧାରିତ ଉଡ଼ାଣ ସମୟରେ ଏକ An-26 ସାମରିକ ପରିବହନ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନଟି ଏକ ଚଟାଣ ସହିତ ଧକ୍କା ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମିତି ହୋଇଥିବା ଅନୁମାନ କରାଯାଉଛି । ବିମାନରେ ଥିବା ସମସ୍ତ ୬ ଜଣ କ୍ରୁ ସଦସ୍ୟ ଏବଂ ୨୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ।

    ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବିମାନର ଭଗ୍ନାବଶେଷରେ ଧକ୍କାର କୌଣସି ଚିହ୍ନ ମିଳିନାହିଁ । ଯାନ୍ତ୍ରିକ ତ୍ରୁଟିକୁ ଦୁର୍ଘଟଣାର ସମ୍ଭାବ୍ୟ କାରଣ ଭାବରେ ବିବେଚନା କରାଯାଉଛି ।

    ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ମଧ୍ୟ ରୁଷର ଏକ ସୈନ୍ୟ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା ।ଏଥିରେ ୭ ଜଣଙ୍କ ଜୀବନ ଚାଲିଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.8 ° C
    33.8 °
    33.8 °
    23 %
    3kmh
    97 %
    Thu
    33 °
    Fri
    40 °
    Sat
    38 °
    Sun
    36 °
    Mon
    39 °

    ସମ୍ବନ୍ଧିତ