Tuesday, April 14, 2026
28 C
Odisha

    ରୁଷ୍‌ ବିମାନ ଘାଟି ଉପରେ ୟୁକ୍ରେନ୍‌ର ଆକ୍ରମଣ

    ଆଗକୁ ପଢନ୍ତୁ

    ମସ୍କୋ: ୟୁକ୍ରେନ୍‌- ରୁଷ୍‌ ମଧ୍ୟରେ ଯୁଦ୍ଧବିରତି ନିମନ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଉଭୟ ଦେଶ ପରସ୍ପର ଉପରକୁ ଘାତକ ଆକ୍ରମଣ ଜାରି ରଖିଛନ୍ତି। ରୁଷ୍‌ର ଆଣବିକ ବୋମାବର୍ଷୀ ବିମାନ ଥିବା ଘାଟି ଉପରେ ୟୁକ୍ରେନ ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଘାଟିଟି ରୁଷ୍‌-ୟୁକ୍ରେନ ସୀମାଠାରୁ ପ୍ରାୟ ୭୦୦ କିମି(୪୩୫ ମାଇଲ୍‌) ଦୂରରେ ଅବସ୍ଥିତ। ଆକ୍ରମଣ ଯୋଗୁ ଆକାଶରେ ବହୁ ଉଚ୍ଚ ପର୍ଯ୍ୟନ୍ତ ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି। ନିକଟରେ ଥିବା କେତେକ ଘର ସହିତ ହସ୍ପିଟାଲ ଆଦି କ୍ଷତିଗ୍ରସ୍ତ ହୋଇଛି।

    ଅନ୍ୟପକ୍ଷରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ବାରା ୟୁକ୍ରେନ୍‌ର ୧୩୨ଟି ଡ୍ରୋନ୍‌କୁ ଖସାଇ ଦିଆଯାଇଛି ବୋଲି ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି।
    ରଏଟର୍ସର ରିପୋର୍ଟ ଅନୁଯାୟୀ ରୁଷ୍‌ର ଏଞ୍ଜଲସ୍‌ସ୍ଥିତ ବୋମାବର୍ଷୀ ବିମାନ ଘାଟି ସୋଭିଏତ୍‌ ରୁଷ୍‌ ଅମଳର। ଏଞ୍ଜେଲ୍‌ସ ବିମାନ ଘାଟି ଉପରେ ‌ୟୁକ୍ରେନ ପୂର୍ବରୁ ୨୦୨୨ରେ ଆକ୍ରମଣ କରିଥିଲା। ଏଥିସହିତ ଚଳିତବର୍ଷ ଜାନୁଆରିରେ ଏହି ବିମାନ ଘାଟିକୁ ଇନ୍ଧନ ଯୋଗାଣ କରୁଥିବା ତେଲ ଡିପୋ ଉପରେ ୟୁକ୍ରେନ ଆକ୍ରମଣ କରିଥିବା ଦାବି କରିଥିଲା। ଏଥିଯୋଗୁ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ୫ ଦିନ ଲାଗିଥିଲା।

    ୟୁକ୍ରେନର ସୁରକ୍ଷା ସୂତ୍ରରୁ ଜଣାଯାଇଛି ଏଞ୍ଜେଲ୍‌ସ ବିମାନ ଘାଟିଥିବା ଗାଇଡେଡ୍‌ ବୋମା ଏବଂ କ୍ଷେପଣାସ୍ତ୍ର ଥିବା ଗୋଦାମରେ ଆକ୍ରମଣ ହୋଇଛି। ରୁଷ୍‌ର ସିଜରାନ୍ ସହରରେ ଥିବା ଏକ ତୈଳ ବିଶୋଧନାଗାର ଉପରେ ମଧ୍ୟ ୟୁ‌କ୍ରେନ ଆକ୍ରମଣ କରିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଗତକାଲି ରାତିରେ ରୁଷ୍‌ର ବାୟୁ ପ୍ରତିରକ୍ଷା ‌ବ୍ୟବସ୍ଥା ବ୍ରିୟାନ୍‌ସ୍କ. ଟାଟାରସ୍ଥାନ, ଟୁଲା ଅଞ୍ଚଳ ଏବଂ କୃଷ୍ଣ ସାଗର ଅଞ୍ଚଳରେ ୯ଟି ୟୁକ୍ରେନୀୟ ଡ୍ରୋନକୁ ନଷ୍ଟ କରିଥିବା ଦାବି କରାଯାଇଛି। ସାରାଟୋଭ୍‌ର ଗଭର୍ଣ୍ଣର ରୋମାନ୍‌ ବୁସାରିନ୍‌ କହିଛନ୍ତି, ଏଞ୍ଜେଲ୍‌ସ ସହରରେ ଡ୍ରୋନ୍‌ ମାଡ଼ ଫଳରେ ଏହାର ଏୟାରଫିଲ୍‌ଡରେ ନିଆଁ ଲାଗିଯାଇଥିଲା। ଆଖପାଖର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    22 %
    1.5kmh
    0 %
    Mon
    28 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ