Saturday, March 14, 2026
38.2 C
Odisha

    ରୁଷ ସେନାରେ ୪୪ ଭାରତୀୟ ନିଯୁକ୍ତ, ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରୁଷ ସେନାରେ ୪୪ ଭାରତୀୟ । ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ରୁଷ ନିକଟରେ ଭାରତ ଦାବି ଦୋହରାଇଛି  ।  ଏହା  କହିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ । ରୁଷ ସେନାରେ ନିଯୁକ୍ତ ଭାରତୀୟଙ୍କ ସଂପର୍କରେ ମସ୍କୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି  । ରୁଷ ମିଲିଟାରୀରେ ଭାରତୀୟ ନାଗରିକଙ୍କୁ ନିଯୁକ୍ତି ନ କରିବାକୁ କୁହାଯାଇଛି  ।

    ଗତ କିଛି ମାସ ମଧ୍ୟରେ ରୁଷ ସେନାରେ ଭାରତୀୟ ନାଗରିକଙ୍କ ନିଯୁକ୍ତି ବଢ଼ିଛି । ରୁଷ ଆର୍ମିରେ ଏବେ ୪୪ ଭାରତୀୟ  ନିଯୁକ୍ତ ଅଛନ୍ତି ।  ଜୀବନ ପ୍ରତି ବିପଦ ଥିବାରୁ ଭାରତୀୟ ନାଗରିକଙ୍କୁ  ରୁଷ ସେନା ନିଯୁକ୍ତ ପାଇଁ ପ୍ରସ୍ତାବ ଗ୍ରହଣ ନ କରିବାକୁ ବୈଦେଶିକ ମନ୍ତ୍ରାଳୟ ସତର୍କ କରିଦେଇଛି । ରୁଷ ଆର୍ମିରେ  କୁକସ, ହେଲପର ସମେତ ସହାୟକ କର୍ମଚାରୀ ଭାବେ ନିୟୋଜିତ ଭାରତୀୟ ନାଗରିକଙ୍କୁ  ତୁରନ୍ତ ଛାଡ଼ି ଦେବା ପାଇଁ  ଭାରତ ବାରମ୍ବାର ଦାବି କରିଆସୁଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତ ବେଳେ  ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ।  ରୁଷ ଆର୍ମିରେ ନିଯୁକ୍ତି ପାଇଁ  ପ୍ରସ୍ତାବକୁ ଗ୍ରହଣ କରନ୍ତୁ ନାହିଁ । ଜୀବନ ପ୍ରତି ବିପଦ ଥିବାରୁ ପ୍ରସ୍ତାବ ଗ୍ରହଣ ନକରିବାକୁ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ  କହିଛନ୍ତି ।  ପୂର୍ବରୁ ଗତ ସେପ୍ଟେମ୍ବରରେ ରୁଷ ସେନାରେ ୨୭ ଭାରତୀୟ ନିୟୋଜିତ ଥିବା କୁହାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    8 %
    3.6kmh
    0 %
    Sat
    39 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ