Friday, December 19, 2025
24.9 C
Odisha

    ରେକର୍ଡ ଭାଙ୍ଗିଲା ନଭେମ୍ବର ଶୀତ, ଦୁଇ ତିନି ଦିନ ହେବ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇଛି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରେକର୍ଡ ଭାଙ୍ଗିଲା ନଭେମ୍ବର ଶୀତ। ରାଜ୍ୟକୁ ପୁଣି ଫେରିଛି ଶୀତ ।  ଦୁଇ ତିନି ଦିନ ହେବ ତାପମାତ୍ରାରେ କ୍ରମାଗତ ହ୍ରାସ ଫଳରେ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇଛି ।  ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି ।  ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ତାପମାତ୍ରା ସର୍ବନିମ୍ନ ୮.୨ ଡିଗ୍ରୀକୁ ହ୍ରାସ ହୋଇଛି ।  ଗତ ୭୧ ବର୍ଷ ପରେ ନଭେମ୍ବର ମାସରେ ଝାରସୁଗୁଡ଼ାର ଶୀତ ରେକର୍ଡ ସ୍ତରକୁ ଖସିଛି ।

    ସେହିପରି ଜି. ଉଦୟିଗିରିରେ ତାପମାତ୍ରା ୭.୪ ଡ଼ିଗ୍ରୀ ରେକର୍ଡ ହୋଇଥିବାବେଳେ ରାଉରକେଲା ୭.୭, ସେମିଳିଗୁଡ଼ା ୮.୬ ଓ କିରେଇ ୯.୩ ଡିଗ୍ରୀ ରେକର୍ଡ କରାଯାଇଛି ।  ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।  ଏହାସହିତ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ ।  ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁର ପ୍ରବାହ ଅଧିକ ରହୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    26 %
    2.1kmh
    0 %
    Fri
    26 °
    Sat
    27 °
    Sun
    28 °
    Mon
    28 °
    Tue
    28 °

    ସମ୍ବନ୍ଧିତ