Friday, April 3, 2026
33.6 C
Odisha

    ରେଡିଓଲୋଜି ବିଶେଷଜ୍ଞ ଡ. ନର୍ବାଦେଶ୍ୱରୀ ଦୀପ ବାଗଙ୍କ ଅକାଳ ବିୟୋଗରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଶ୍ରଦ୍ଧାଞ୍ଜଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍ ବିଭାଗର ପୂର୍ବତନ ମୁଖ୍ୟ ତଥା ପ୍ରତିଷ୍ଠାନର ବରିଷ୍ଠ ପ୍ରଫେସର ଡ. ନର୍ବାଦେଶ୍ୱରୀ ଦୀପ ବାଗଙ୍କ ଅକାଳ ବିୟୋଗରେ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।ଏନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଶୋକସଭା ଆୟୋଜିତ ହୋଇଥିଲା। ଡ. ନର୍ବାଦେଶ୍ୱରୀ ଦୀପ ବାଗ୍ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ। ନାରୀ ସଶକ୍ତିକରଣର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ।

    ଏମ୍ସର ସାମଗ୍ରୀକ ବିକାଶ କ୍ଷେତ୍ରରେ ତାଙ୍କର ପ୍ରତିବଦ୍ଧତା ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ମନେ ରହିବ ବୋଲି ଶୋକବ୍ୟକ୍ତ କରିଥିଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ।ଡାକ୍ତର ବାଗଙ୍କ ଅନୁକରଣୀୟ ବ୍ୟକ୍ତିତ୍ୱ, ଅସାଧାରଣ ନେତୃତ୍ୱ ଏବଂ ବୃତ୍ତି ପ୍ରତି ଅଟଳ ସମର୍ପଣକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ନିମନ୍ତେ ଏମ୍ସ ଭୁବନେଶ୍ୱର ମୁଖ୍ୟ ସଭାଗୃହରେ ଅନୁଷ୍ଠିତ ସ୍ୱତନ୍ତ୍ର ଶୋକସଭାରେ ଡିନ୍ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ାଙ୍କ ସମେତ ସମ୍ପୂର୍ଣ୍ଣ ଏମ୍ସ ପରିବାର ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ପ୍ରତିଷ୍ଠାନ ଏବଂ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅପାର ଅବଦାନକୁ ମନେ ପକାଇଥିଲେ।ଉଲ୍ଲେଖଯୋଗ୍ୟଯେ ଗତବର୍ଷ ଡିସେମ୍ବର ୩୧ରେ ଏମ୍ସ ଭୁବନେଶ୍ବରରୁ ପ୍ରଫେସର ଏବଂ ରେଡିଓଡାଇଗ୍ନୋସିସ୍ ବିଭାଗର ମୁଖ୍ୟ ଭାବରେ ଅବସର ନେଇଥିଲେ ଡ. ବାଗ। ଜାଜ୍ଜୁଲ୍ୟମାନ କ୍ୟାରିୟର, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା, ଛାତ୍ରଛାତ୍ରୀ, ସହକର୍ମୀ ଏବଂ ସମଗ୍ର ଅନୁଷ୍ଠାନ ଉପରେ ତାଙ୍କର ପ୍ରଭାବ ସବୁଦିନ ପାଇଁ ଅମର ହୋଇ ରହିବ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ