Friday, April 3, 2026
39 C
Odisha

    ରେଳ ବିଭାଗର ବଡ଼ ନିଷ୍ପତ୍ତି: ତତ୍କାଳ ଟିକେଟ୍ ପାଇଁ ଇ-ଆଧାର ବାଧ୍ୟତାମୂଳକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :    IRCTC ରେ  ଯାତ୍ରୀମାନେ ଅଭିଯୋଗ କରୁଥିଲେ ଯେ, ସେମାନେ ମୋବାଇଲ୍ ଆପ୍ କିମ୍ବା ୱେବସାଇଟରୁ ତତ୍କାଳ ଟିକେଟ୍ ବୁକ୍ କରିପାରୁନାହାଁନ୍ତି। ତେବେ ତତ୍କାଳ ଟିକେଟ ଠକେଇକୁ ରୋକିବା ପାଇଁ, ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଏହି ମାସ ଶେଷରୁ, ସମସ୍ତ ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାରକୁ ବାଧ୍ୟତାମୂଳକ କରାଯିବ । ଯାହା ଦ୍ୱାରା ସ୍କେଲପିଂ, ବଟ୍ ଅପବ୍ୟବହାର ଦୂର ହୋଇପାରିବ ଏବଂ ଯାତ୍ରୀଙ୍କ ପାଇଁ ଏହାକୁ ସହଜ, ଦ୍ରୁତ, ନିରପେକ୍ଷ ଏବଂ ଠକେଇମୁକ୍ତ କରାଯାଇପାରିବ। ଯାତ୍ରା ତାରିଖର ଗୋଟିଏ ଦିନ ପୂର୍ବରୁ ତତ୍କାଳ ଟିକେଟ୍ ଜାରି କରାଯାଏ।

    ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତତ୍କାଳ ଟିକେଟ୍ ବୁକିଂରେ କଳାବଜାରୀ ଓ ଦଲାଲଙ୍କ ଦ୍ୱାରା ହେଉଥିବା ଅନିୟମିତତାକୁ ରୋକା ଯାଇପାରିବ । ଇ-ଆଧାର ସଂଯୋଗ ମାଧ୍ୟମରେ ଯାତ୍ରୀଙ୍କ ପରିଚୟ ସହଜରେ ଯାଞ୍ଚ କରାଯାଇପାରିବ, ଫଳରେ ପ୍ରକୃତ ଯାତ୍ରୀ ସହଜରେ ଟିକେଟ୍ ପାଇପାରିବେ । ରେଳ ବିଭାଗ ଜଣାଇଛି, ଯେ ଏହି ନିୟମ ଶୀଘ୍ର ଲାଗୁ ହେବ, ତେବେ ଏହାର ସଠିକ୍ ତାରିଖ  ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ଯେଉଁମାନଙ୍କର ଆଧାର କାର୍ଡ ନାହିଁ, ସେମାନଙ୍କ ପାଇଁ ବିକଳ୍ପ ପରିଚୟ ପତ୍ର ବ୍ୟବହାରର ସୁବିଧା ମଧ୍ୟ ରହିବ ।

     

    ସୂଚନାନୁଯାୟୀ IRCTC କିଛି ସମୟ ଧରି ବହୁ ସଂଖ୍ୟକ ଅଭିଯୋଗ ପାଉଥିଲା। ଯାତ୍ରୀମାନେ ଅଭିଯୋଗ କରୁଥିଲେ ଯେ, ସେମାନେ ମୋବାଇଲ୍ ଆପ୍ କିମ୍ବା ୱେବସାଇଟରୁ ତତ୍କାଳ ଟିକେଟ୍ ବୁକ୍ କରିପାରୁନାହାଁନ୍ତି। କାରଣ ସେମାନେ ଯେତେବେଳେ ବୁକିଂ ପ୍ରକ୍ରିୟା ଆରମ୍ଭ କରନ୍ତି, ସର୍ଭରର ଗତି ବହୁତ ଧୀର ହୋଇଯାଏ ଏବଂ ସର୍ଭର ସ୍ୱାଭାବିକ ହେବା ମାତ୍ରେ ସମସ୍ତ ସିଟ୍ ବୁକ୍ ହୋଇଯାଇଥାଏ। ଯେତେବେଳେ ରେଳବାଇ ଏହାର ତଦନ୍ତ କଲା, ଟିକେଟ୍ ଦଲାଲଙ୍କ ସମସ୍ତ ଯୋଜନା ସାମ୍ନାକୁ ଆସିଗଲା। ଯାହା ପରେ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାର ଯାଞ୍ଚକୁ ବାଧ୍ୟତାମୂଳକ କରିବାକୁ ଯାଉଛି। ନୂତନ ନିୟମ ଲାଗୁ ହେବା ପରେ, କେବଳ ସେହି IRCTC ଆକାଉଣ୍ଟରୁ ତତ୍କାଳ ଟିକେଟ୍ ବୁକ୍ କରାଯାଇପାରିବ ଯାହା ଆଧାର-ଯାଞ୍ଚିତ। ଏଠାରେ ଆମେ ଆପଣଙ୍କୁ ଆଧାର ସହିତ IRCTC ଆକାଉଣ୍ଟ ଯାଞ୍ଚ କରିବାର ସହଜ ଉପାୟ କହିବୁ।

    ପ୍ରଥମେ  -IRCTC ୱେବସାଇଟ୍  https://www.irctc.co.in/nget/train-search କୁ ଯାଆନ୍ତୁ।

    -ୟୁଜରନେମ୍, ପାସୱାର୍ଡ ଏବଂ କ୍ୟାପଚା ଲେଖି ଲଗଇନ୍ କରନ୍ତୁ।

    -ଉପରେ ଦେଖାଯାଉଥିବା ‘my account’ ଟ୍ୟାବ୍‌ରେ Authenticate User’ ଉପରେ କ୍ଲିକ୍ କରନ୍ତୁ।

    -ଏବେ ଆପଣଙ୍କ ସ୍କ୍ରିନ୍‌ରେ ଏକ ନୂତନ ପୃଷ୍ଠା ଖୋଲିବ, ଯେଉଁଠାରେ ଆପଣଙ୍କୁ ଆପଣଙ୍କର 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରବେଶ କରିବାକୁ ପଡିବ ଏବଂ OTP ଉପରେ କ୍ଲିକ୍ କରିବାକୁ ପଡିବ।

    -ଏବେ ଆପଣ ଆପଣଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବରରେ ଏକ OTP ପାଇବେ, ଯାହାକୁ ଫିଡ୍ କରିବା ପରେ ଆପଣଙ୍କର IRCTC ଆକାଉଣ୍ଟ ସଫଳତାର ସହ ଇ-ଆଧାର ଯାଞ୍ଚ ହୋଇଯିବ।

    – IRCTC ଆକାଉଣ୍ଟ ଆଧାର ଯାଞ୍ଚ ହେବା ସହିତ, ଆପଣଙ୍କର ଇ-ୱାଲେଟ୍ ମଧ୍ୟ ଆକ୍ଚିଭ୍ ହୋଇଯାଏ, ଯାହା ଦ୍ବାରା ଟିକେଟ୍ ବୁକିଂ କରିବା ବହୁତ ସହଜ କରିଥାଏ ଏବଂ ଏହା କମ ସମୟରେ ମଧ୍ଯ ହୋଇଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ