Saturday, July 12, 2025
24.9 C
Odisha

    ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି ହସ୍ପିଟାଲ; ଆସିଲା ଆସାମ ସରକାରଙ୍କ କଡା ନିୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଏବେ କୌଣସି ଘରୋଇ ହସ୍ପିଟାଲ ହେଉ କି ନର୍ସିଂ ହୋମ୍‍ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ମୃତ୍ୟୁ ହେବାର ୨ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ । ଚିକିତ୍ସା ପାଇଁ ଦେୟ ବାକି ଥିଲେ ବି ମୃତଦେହକୁ ଛାଡିବାକୁ ବାଧ୍ୟ ହେବେ ସବୁ ହସ୍ପିଟାଲର କର୍ତ୍ତୃପକ୍ଷ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ଆଜି ଆସାମ କ୍ୟାବିନେଟରେ ଏନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସରକାର ଘୋଷଣା କରିଛନ୍ତି ଯେ ବିଲ୍‍ ବାକି ଥିଲେ ବି କୌଣସି ଘରୋଇ ମେଡିକାଲ ରୋଗୀଙ୍କ ମୃତ୍ୟୁ ହେବା ପରେ ଦୁଇ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ଅଟକାଇ ରଖିପାରିବେ ନାହିଁ ।

    ସରକାର କହିଛନ୍ତି ମୃତ ଦେହକୁ ଅଟକାଇ ପରିବାର ଉପରେ ଚାପ ପକାଇବା ଅମାନବୀୟ । ଏଭଳି କରିବାକୁ ଅନୁମତି ଦିଆଯିବ ନାହିଁ । ଯଦି କୌଣସି ହସ୍ପିଟାଲ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ପାଇଁ ମୃତଦେହକୁ ରଖିବାର ସୂଚନା ମିଳେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୪ଘଣ୍ଟା ଟୋଲ-ଫ୍ରି ହେଲ୍ପଲାଇନ୍‍ ନମ୍ବର ଆରମ୍ଭ କରିବେ । ଏଥିରେ ଅଭିଯୋଗ ଆସିଲେ ସଂପୃକ୍ତ ହସ୍ପିଟାଲର ଲାଇସେନ୍ସ ୪ରୁ ୬ମାସ ନିଲମ୍ବନ କରିବା ସହ ୫ଲକ୍ଷ ଟଙ୍କା ଜରିମାନା ହୋଇପାରେ । ଏହାସତ୍ୱେ ପୁଣି ଥରେ ସମାନ ଭୁଲ କରିଲେ ହସ୍ପିଟାଲର ପଞ୍ଜିକରଣକୁ ସ୍ଥାୟୀ ଭାବରେ ବାତିଲ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.9 ° C
    24.9 °
    24.9 °
    90 %
    1.9kmh
    54 %
    Fri
    25 °
    Sat
    32 °
    Sun
    32 °
    Mon
    28 °
    Tue
    32 °

    ସମ୍ବନ୍ଧିତ