Sunday, February 22, 2026
33.5 C
Odisha

    ରୋଗୀ ମୃତ୍ୟୁ ପରେ ହସପିଟାଲ ସିଲ୍, ଭୁଲ୍ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ପରିବାରଲୋକଙ୍କ ଅଭିଯୋଗ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର  :  ରୋଗୀ ମୃତ୍ୟୁ ପରେ ହସପିଟାଲ ସିଲ୍ ।  ଗତକାଲି ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା ପରେ ସିଲ୍ ହେଲା ହସପିଟାଲ ।  ହସପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ ପରିବାରଲୋକେ ।  ଜିଲ୍ଲା ପ୍ରଶାସନ ପକ୍ଷରୁ ହସପିଟାଲକୁ ସିଲ୍ କରାଯାଇଛି । ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କୁ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଭୁଲ୍ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ପରିବାରଲୋକଙ୍କ ଅଭିଯୋଗ । ଇଞ୍ଜେକ୍ସନ ପରେ ଗୁରୁତର ହେବାରୁ ଏମକେସିଜି ନିଆଯାଇଥିଲା । ଏମକେସିଜିରେ ମୃତ ଘୋଷଣା କରିଥିଲେ ଡାକ୍ତର ।

    ଏହାପରେ, ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଘରୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା  ।  ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ସିନ୍ଦୁରବାଡ଼ ଗାଁର ବିଜୟ ପ୍ରଧାନ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ବିଜୟଙ୍କୁ ଘରୋଇ ହସ୍ପିଟାଲରୁ ଏମକେସିଜି ମେଡିକାଲକୁ ନିଆଯାଇଥିଲା  ।  ଏମକେସିଜି ମେଡିକାଲରେ ବିଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘରୋଇ ହସ୍ପିଟାଲରେ ଭୁଲ ଚିକିତ୍ସା ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତଦେହକୁ ମେଡିକାଲ ସମ୍ମୁଖରେ ରଖି ଧାରଣାରେ ବସିଥିଲେ ପରିବାର ଲୋକେ ।  ପୋଲିସ ଓ ପ୍ରଶାସନର ବୁଝାସୁଝା ପରେ ଧାରଣାରୁ ହଟିଲେ ମୃତକଙ୍କ ପରିବାର ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.5 ° C
    33.5 °
    33.5 °
    17 %
    3.6kmh
    0 %
    Sun
    34 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ