Sunday, October 19, 2025
26.6 C
Odisha

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ : ସୋଆ ଉପସଭାପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ଜୁଲାଇ ୨: ସ୍ୱାସ୍ଥ୍ୟ ସେବାରେ ଉତ୍କର୍ଷ ଆଣିବାରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ସେମାନେ ରୋଗୀ ସେବାର ପ୍ରାଣ କେନ୍ଦ୍ର ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି ।
    ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ନର୍ସିଂ କ୍ଷେତ୍ରରେ ଦକ୍ଷ ନେତୃତ୍ୱ ସମ୍ପର୍କିତ ବୁଧବାର ଆୟୋଜିତ ଏକ ମ୍ୟାନେଜମେଂଟ ଡେଭେଲପ୍‌ମେଂଟ ପ୍ରୋଗ୍ରାମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ଏହା କହିଥିଲେ ।
    ସ୍ୱାସ୍ଥ୍ୟ ସେବା ପ୍ରଦାନ ଦିଗରେ ସୁରକ୍ଷା, ଦକ୍ଷତା ଓ ସେବା ମନୋଭାବ ରଖିବା ନିମନ୍ତେ ନର୍ସିଂ କ୍ଷେତ୍ରରେ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
    ରୋଗୀ ସେବା ନିମନ୍ତେ ନେତୃତ୍ୱ ପ୍ରଦାନ କରୁଥିବା ପ୍ରକୃତ ନର୍ସ କେବଳ ନିଜ କାର୍ଯ୍ୟ ତୁଲାଇ ନଥାଏ ବରଂ ନିଜ ନର୍ସିଂ ଟିମ୍‌କୁ ମଧ୍ୟ ପ୍ରୋତ୍ସାହନ ଦେବା ସହ ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଥାଏ ବୋଲି ଶ୍ରୀମତି ଦାସ କହିଥିଲେ ।
    ତେଣୁ ଏ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ଦକ୍ଷ ଓ ସଶକ୍ତ କରାଇବା ନିମନ୍ତେ ଏଭଳି ନେତୃତ୍ୱ ସମ୍ପର୍କିତ ପ୍ରଶିକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
    ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା ସମାଜର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବେଳେ ଏହି କ୍ଷେତ୍ରରେ ନର୍ସମାନଙ୍କର ପ୍ରମୁଖ ଭୂମିକା ରହିଛି ।
    ହସ୍ପିଟାଲକୁ ରୋଗୀମାନେ କଷ୍ଟ ଓ ଯନ୍ତ୍ରଣାରେ ଆସୁଥିଲା ବେଳେ ସେମାନଙ୍କ କଷ୍ଟ ଲାଘବ କରିବା ସହ ସେମାନେଙ୍କ ମୁହଁରେ ହସ ଫୁଟାଇବା ଭଳି ମହାନ କାର୍ଯ୍ୟ ନର୍ସମାନେ କରିଥାନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ ।
    କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ଅୟସକାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର (ଡକ୍ଟର) ସସ୍ମିତା ଦାସ ବକ୍ତବ୍ୟ ରଖିଥିଲେ ।
    ଆଇବିସିଏସ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ମୁଖ୍ୟ ବକ୍ତା ଭାବେ ନିଜ ବକ୍ତବ୍ୟରେ ନେତୃତ୍ୱ ନେବା କ୍ଷେତ୍ରରେ ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କର ଉଦାହରଣ ଦେଇଥିଲେ । ଦାୟିତ୍ୱ ଆଗରେ ନିଜର ବ୍ୟକ୍ତିଗତ ଆଶା ଆକାଂକ୍ଷା ଯେ ତୁଚ୍ଛ ତାହା ଶ୍ରୀରାମ ହିଁ ପ୍ରତିପାଦିତ କରିପାରିଥିଲେ ବୋଲି ପ୍ରଫେସର ଦାଶ କହିଥିଲେ ।
    କାର୍ଯ୍ୟକ୍ରମ ଶେଷରେ ଆଇବିସିଏସ୍‌ର ଆସୋସିଏଟ ପ୍ରଫେସର ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ବି. ବି. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    26.6 ° C
    26.6 °
    26.6 °
    81 %
    1.4kmh
    39 %
    Sun
    26 °
    Mon
    26 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ