Friday, February 20, 2026
17.8 C
Odisha

    ରୋହିତ ସେଟ୍ଟୀଙ୍କ ଘରକୁ ଗୁଳିମାଡ଼ ଘଟଣାରେ ୬ ଗିରଫ, ବିଷ୍ନୋଇ ଗ୍ୟାଙ୍ଗ ସହିତ ଜଡ଼ିତ

    ଆଗକୁ ପଢନ୍ତୁ

    ଚଳଚ୍ଚିତ୍ର ନିର୍ମାତା ରୋହିତ ସେଟ୍ଟୀଙ୍କ ଜୁହୁ ବାସଭବନ ବାହାରେ ଗୁଳିକାଣ୍ଡ ମାମଲାରେ ନୂଆ ଖବର ସାମ୍ନାକୁ ଆସିଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଏବଂ ସ୍ପେଶାଲ ଟାସ୍କ ଫୋର୍ସ ୬ ଗିରଫ କରିଛି । ଏହାସହ ଏ ଘଟଣାରେ ମୋଟ ୧୧ ଜଣଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ । ଆଜି ରାଜସ୍ଥାନରୁ ୬ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ପାଇଁ ମୁମ୍ବାଇ ଅଣାଯାଉଛି ।

    ଫେବ୍ରୁଆରୀ ୧ ତାରିଖରେ ଗୁଳିକାଣ୍ଡ ହୋଇଥିଲା । ସେହି ଦିନ ହିଁ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ ଫେବ୍ରୁଆରୀ ୫ରେ ଆଉ ଜଣେ ଗିରଫ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍କ ସହ ଜଡ଼ିତ ଥିବା କୁହାଯାଉଛି ।

    ବଲିଉଡ୍ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ମହାରାଷ୍ଟ୍ର ମୁମ୍ବାଇସ୍ଥିତ ଘର ଉପରକୁ ଗୁଳିମାଡ଼ ହୋଇଥିଲା । ଫେବ୍ରୁଆରୀ ୧ ଶନିବାର ରାତି ପ୍ରାୟ ୩ଟା ସମୟରେ ଦୁର୍ବୃତ୍ତମାନେ ରୋହିତଙ୍କ ଘର ଉପରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଜୋରଦାର କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    17.8 ° C
    17.8 °
    17.8 °
    50 %
    1.8kmh
    37 %
    Fri
    35 °
    Sat
    35 °
    Sun
    35 °
    Mon
    34 °
    Tue
    34 °

    ସମ୍ବନ୍ଧିତ