Sunday, October 11, 2026
29.5 C
Odisha

    ଲଞ୍ଚ ହେବାକୁ ଯାଉଛି EPFO 3.0, ବଦଳିଯିବ ପିଏଫ ସହ ଜଡ଼ିତ ଏହି ନିୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  EPFO  ଖୁବଶୀଘ୍ର ନିଜର ନୂଆ ପ୍ଲାଟଫର୍ମ EPFO 3.0 ଲଞ୍ଚ କରିବାକୁ ଯାଉଛି। EPFO 3.0ରେ ଏକ ମଜବୁତ ଆଇଟି ପ୍ଲାଟଫର୍ମ ରହିବ। ଯାହାର ଉଦ୍ଦେଶ୍ୟଗୁଡ଼ିକ ପାଇଁ ବ୍ୟାଙ୍କ ଭଳି ସେବା ସୁବିଧା ହେବ। କେନ୍ଦ୍ର ଶ୍ରମ ଏବଂ ଏବଂ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଗତ ମାସରେ କହିଥିଲେ ଏହି ନୂଆ ବ୍ୟବସ୍ଥା ମେ ରୁ ଜୁନ ୨୦୨୫ ମଧ୍ୟରେ ଚାଲୁ ହେବ।

    ମନ୍ତ୍ରୀ କହିଛନ୍ତି ଯେ, EPFO 3.0 ଏକ ବିଶ୍ୱସନୀୟ ପ୍ଲାଟଫର୍ମ ହେବ। ଯାହା ୯ କୋଟିରୁ ଅଧିକ ଗ୍ରାହକମାନଙ୍କୁ ବିନା କୌଣସି ଚିନ୍ତାରେ ଅନେକ ନୂଆ ସୁବିଧା ଦେବ। ଯେପରିକି ଆପଣଙ୍କ ଅଟୋମେସନ ସେଟେଲମେଣ୍ଟ, ଡିଜିଟାଲ ଭାବେ ସମସ୍ୟାର ସମାଧାନ ଏବଂ ଏଟିଏମରୁ ସିଧାସଳଖ ନିଜର ଟଙ୍କା ଉଠାଣ।

    EPFO 3.0 ରେ କଣ ନୂଆ ପରିବର୍ତ୍ତନ ହେବ :

    – ପିଏଫ ଉଠାଣ ପ୍ରକ୍ରିୟା ଖୁବ ସହଜ ଏବଂ ଶୀଘ୍ର ହେବ।

    – ଆପଣ ବ୍ୟାଙ୍କ ଆକାଉଣ୍ଟ ଭଳି ଏଟିମରେ ନିଜର ଇପିଏଫଓ ଟଙ୍କାକୁ ବାହାର କରିପାରିବେ।

    – ଆପଣ ଘରେ ବସି ଅନଲାଇନରେ ନିଜର ଖାତାର ସୂଚନା ସଠିକ୍ କରିପାରିବେ, ଯେଉଁଥିରେ ଫର୍ମ ଭରିବାର ଚିନ୍ତା ଶେଷ ହେବ।

    – ଇପିଏଫଓ ବର୍ତ୍ତମାନ ଅଟଳ ପେନସନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନା ଭଳି ଅନ୍ୟ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକକୁ ମଧ୍ୟ ନିଜ ସିଷ୍ଟମରେ ସାମିଲ କରିପାରିବେ। ଏଥିରେ ଅସାଂଗଠାନିକ ଏବଂ ଅନୌପଚାରିକଭାବେ କାର୍ଯ୍ୟ କରୁଥିବା ଲୋକଙ୍କୁ ପେନସନ ଏବଂ ସୁରକ୍ଷାର ଲାଭ ମିଳିପାରିବ।

    – ଲମ୍ବା ଫର୍ମ ସ୍ଥାନରେ ବର୍ତ୍ତମାନ ଆପଣ ଓଟିପି ମାଧ୍ୟମରେ ଖୁବଶୀଘ୍ର ଏବଂ ସୁରକ୍ଷିତ ଭାବେ ପରିବର୍ତ୍ତନ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ