Sunday, October 11, 2026
25 C
Odisha

    ପାକିସ୍ତାନୀ ଗୁପ୍ତଚର ଭାବେ ଧରାପଡ଼ିଲେ କଂଗ୍ରେସ ନେତାଙ୍କ ପୂର୍ବତନ ପିଏ

    ଆଗକୁ ପଢନ୍ତୁ

    ଜୟପୁର   :   ପୁଣି ଭାରତରୁ ପାକିସ୍ତାନୀ ଗୁପ୍ତଚର ଗିରଫ । ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ପାଇଁ ଗୁଇନ୍ଦାଗିରି କରୁଥୁବା ଅଭିଯୋଗରେ ରାଜସ୍ଥାନରୁ ଜଣେ ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଜୈସଲମେର ଜିଲ୍ଲାର ବାସିନ୍ଦା ଶକୁର ଖାନ୍ ମାଙ୍ଗଲିଆ ବୋଲି ଜଣା ପଡ଼ିଛି । ସେ ବର୍ତ୍ତମାନ ରାଜ୍ୟର ନିଯୁକ୍ତି କାର୍ଯ୍ୟାଳୟରେ କାର୍ଯରତ ।

    ଜୟପୁରରୁ ରାଜସ୍ଥାନ ଇଣ୍ଟେଲିଜେନ୍ସର ଏକ ସ୍ବତନ୍ତ୍ର ଦଳ ଗତକାଲି ଜୈସଲମେରର ଏକ ସରକାରୀ ବିଭାଗର କାର୍ଯାଳୟରୁ ଶକୁର ଖାନଙ୍କୁ ଗିରଫ କରିଛି । ସେ ପୂର୍ବରୁ କଂଗ୍ରେସ ସହିତ ଜଡ଼ିତ ଥିଲେ । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କର ଥିଲେ ସେ ପୂର୍ବତନ ପର୍ସନାଲ୍‌ ଆସିଷ୍ଟାଣ୍ଟ୍‌।କୁହାଯାଉଛି ଯେ, ଶକୁର ଖାନ ପୂର୍ବରୁ କଂଗ୍ରେସ ସରକାରର ପୂର୍ବତନ ମନ୍ତ୍ରୀ ଶାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାର୍ଯ୍ୟ କରୁଥିଲେ। ମହମ୍ମଦ ଏବଂ ଖାନ ହେଉଛନ୍ତି ଗୋଟିଏ ଗ୍ରାମର। ତଦନ୍ତରେ ଖାନଙ୍କ ମୋବାଇଲ୍ ଡିଭାଇସ୍‌ରେ ଅନେକ ପାକିସ୍ତାନୀ ଫୋନ୍ ନମ୍ବର ମିଳିଛି ଏବଂ ସେ ଅନେକ ଥର ପାକିସ୍ତାନ ଯାତ୍ରା ମଧ୍ୟ କରିଛନ୍ତି ବୋଲି ଜଣାପଡ଼ିଛି, ଯାହା ଚିନ୍ତାଜନକ । କିନ୍ତୁ ଖାନ, ୟେ ବାବଦରେ ନିଜ ମତ କିଛି ରଖି ନାହାନ୍ତି ।

    ତେବେ ଅପରେସନ୍ ସିନ୍ଦୁର ପରେ, ରାଜ୍ୟ ନିଯୁକ୍ତି ବିଭାଗର କର୍ମଚାରୀ ଶକୁର ଖାନ ମାଙ୍ଗଲିଆଙ୍କୁ CID ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକର ଏକ ମିଳିତ ଦଳ ଜୈସଲମେରରେ ଗିରଫ କରିଥିଲା। ଅଧିକ ପଚରାଉଚରା ପାଇଁ ମାଙ୍ଗଲିଆରଙ୍କୁ ଜୟପୁର ସ୍ଥାନାନ୍ତର କରାଯିବ ବୋଲି ଆଶା କରାଯାଉଛି ।ଅଧିକାରୀମାନେ ଖାନଙ୍କୁ ସନ୍ଦେହଜନକ କାର୍ଯ୍ୟକଳାପରେ ଜଡିତ ଥିବା ସନ୍ଦେହ କରୁଛନ୍ତି। ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହିତ ତାଙ୍କର କଥିତ ସମ୍ପର୍କ ଏବଂ ଆଇଏସଆଇ ସହିତ ସମ୍ଭାବ୍ୟ ସମ୍ପର୍କ ବିଷୟରେ ସୂଚନା ପାଇବା ପରେ ଗୁଇନ୍ଦା ସଂସ୍ଥାଗୁଡ଼ିକ କିଛି ସମୟ ଧରି ତାଙ୍କ ଉପରେ ନଜର ରଖି ଆସୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ