Vivo ନିକଟରେ ଭାରତରେ ଏହାର ପ୍ରଥମ ଫୋଲ୍ଡେବଲ୍ ଫୋନ୍ Fold 5 ଲଞ୍ଚ କରିଛି । ଏହା ସହିତ, କମ୍ପାନୀ ଆଉ ଏକ ଫୋନ୍ X200 FE ମଧ୍ୟ ଲଞ୍ଚ କରିଛି । ଏବେ କମ୍ପାନୀ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି Vivo ଫୋନ୍ Vivo V60 ନାମରେ ଲଞ୍ଚ କରାଯାଇପାରିବ । ଏହି ଫୋନ୍ ରେ ୬,୫୦୦mAh ର ଏକ ପାୱାରଫୁଲ୍ ବ୍ୟାଟେରୀ ମଧ୍ୟ ରହିବ । ଏହା ଭାରତରେ ଲଞ୍ଚ ହେବାକୁ ଥିବା କମ୍ପାନୀର ପ୍ରଥମ ଫୋନ୍ ହେବ, ଯେଉଁଥିରେ Funtouch ବଦଳରେ Origin OS ରହିବ ।
ଏହି Vivo ଫୋନକୁ ଚୀନ୍ ବଜାରରେ Vivo S30 ନାମରେ ଲଞ୍ଚ କରାଯାଇଛି । ଭାରତରେ ଏହାକୁ ରି-ବ୍ରାଣ୍ଡ କରାଯାଇ Vivo V60 ଭାବରେ ଲଞ୍ଚ କରାଯିବ । ଏହାର Pro ମଡେଲକୁ ଏହା ସହିତ ମଧ୍ୟ ଉପସ୍ଥାପନ କରାଯାଇପାରିବ, ଯାହା Vivo S30 Pro Mini ର ଏକ ରି-ବ୍ରାଣ୍ଡ ଭର୍ସନ ହେବ । Vivo S30 ଚୀନର ପ୍ରାରମ୍ଭିକ ମୂଲ୍ୟରେ ପ୍ରାୟ ୩୨,୦୦୦ ଟଙ୍କାରେ ଲଞ୍ଚ କରାଯାଇଛି । ଏହି ଫୋନଟି ୧୬GB RAM ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ ସହିତ ଆସିପାରିବ । ଏଥି ସହ ଏହାକୁ ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ୧୯ରେ ଭାରତରେ ଲଞ୍ଚ କରାଯାଇପାରିବ ।
Vivo S30 ର ଫିଚର୍ସ :
ଏହି Vivo ଫୋନଟି ୬.୬୭ ଇଞ୍ଚ ୧.୫K AMOLED ଡିସପ୍ଲେ ସହିତ ଆସିଥାଏ, ଯାହା ୧୨୦Hz ହାଇ ରିଫ୍ରେସ୍ ରେଟ୍ ଏବଂ ୫୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହି ଫୋନରେ Qualcomm Snapdragon 7 Gen 4 ପ୍ରୋସେସର ଅଛି, ଯାହା ୧୬GB ପର୍ଯ୍ୟନ୍ତ RAM ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜକୁ ସପୋର୍ଟ କରେ ।
ଏଥି ସହ ଏହି Vivo ଫୋନର ରିୟରରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ ହେବ । ଏଥିରେ ୫୦MP ମେନ୍ OIS, ୫୦MP ପେରିସ୍କୋପ୍ ଏବଂ ୮MP ଅଲ୍ଟ୍ରା ୱାଇଡ୍ କ୍ୟାମେରା ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୫୦MP ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିପାରିବ । ଏଥି ସହ ଏହି ଫୋନରେ ଏକ ପାୱାରଫୁଲ୍ ୬,୫୦୦mAh ବ୍ୟାଟେରୀ ଏବଂ ୯୦W ଫାଷ୍ଟ ଚାର୍ଜିଂ ଫିଚର୍ସ ଅଛି । ଏହା Android 15 ଉପରେ ବେସ୍ଡ OriginOS ରେ କାମ କରିବ ।
Vivo S30 Pro Mini :
Vivo S30 Pro Mini ରେ ୬.୩୧ ଇଞ୍ଚ ୧.୫K AMOLED ଡିସପ୍ଲେ ଅଛି, ଯାହା ୧୨୦Hz ହାଇ ରିଫ୍ରେସ୍ ରେଟ୍ ଏବଂ ୫୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହି ଫୋନ୍ MediaTek Dimensity 9300+ ପ୍ରୋସେସରରେ କାମ କରେ, ଯାହା ୧୬GB ପର୍ଯ୍ୟନ୍ତ RAM ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସପୋର୍ଟ କରିବ ।
ଏଥି ସହ ଜାଣିରଖନ୍ତୁ ଯେ, ଏହି Vivo ଫୋନର ରିୟରରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ ହେବ । ଏଥିରେ ୫୦MP ମେନ୍ OIS, ୫୦MP ପେରିସ୍କୋପ୍ ଏବଂ 8MP ଅଲ୍ଟ୍ରା ୱାଇଡ୍ କ୍ୟାମେରା ମଧ୍ୟ ରହିବ । ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୫୦MP ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିବ । ଏହି ଫୋନରେ ଏକ ପାୱାରଫୁଲ୍ ୬,୫୦୦mAh ବ୍ୟାଟେରୀ ଏବଂ ୯୦W ଫାଷ୍ଟ ଚାର୍ଜିଂ ସୋପାର୍ଟ ମଧ୍ୟ ଉପଲବ୍ଧ । ଏହା Android 15 ଉପରେ ବେସ୍ଡ OriginOS ରେ ମଧ୍ୟ କାମ କରିବ । ଏହା ସହିତ, ଏହାର IP69 ଏବଂ IP69 ରେଟିଂ ରହିଛି । ଏଥି ସହ ଯଦି ଆପଣ କମ୍ ବଜେଟରେ ଏକ ପାୱାରଫୁଏଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ ।