Sunday, April 5, 2026
28 C
Odisha

    ଲସ୍ ଆଞ୍ଜେଲସ ନିଆଁ ଦେଖି ଇରାନ ଶତ୍ରୁତା ଭୁଲିଲା: ସହାୟତାର ହାତ ବଢ଼ାଇଲା

    ଆଗକୁ ପଢନ୍ତୁ

    ତେହେରାନ: ଲସ୍ ଏଞ୍ଜେଲସରେ ଲାଗିଥିବା ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଇରାନ ଆମେରିକାକୁ ସହାୟତାର ହାତ ବଢ଼ାଇଛି। ଇରାନର ରେଡ୍ କ୍ରେସେଣ୍ଟ ସୋସାଇଟି (ଆଇଆରସିଟିସି) ଦ୍ୱାରା ସହାୟତା ପ୍ରଦାନ କରିବାକୁ କୁହାଯାଇଛି। ଆଇଆରସିଟିସି ହେଡ୍ ପିରହୁସେନ କୋଲିଭାନ୍ଦ ଆମେରିକୀୟ ରେଡ୍‌କ୍ରସର ସିଇଓ କ୍ଲିଫ ହୋଲଜଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି। ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତି ନେଇ ସେ ଦୁଃଖ ପ୍ରକାଶ କରିବା ସହ ଏହାକୁ ଏକ ବଡ଼ ଦୁଃଖଦ ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏହି ବିପର୍ଯ୍ୟୟରେ ଆମେରିକାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ। ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଅଗ୍ନିକାଣ୍ଡ ଦେଖି ଇରାନ ନିଜର ଶତ୍ରୁତାକୁ ଭୁଲି ଏବେ ସହାୟତାର ହାତ ବଢ଼ାଇଛି।

    ଜିନହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, କୋଲିଭାନ୍ଦ ହୋଟେଜଙ୍କୁ ଦେଇଥିବା ବାର୍ତ୍ତାରେ କହିଛନ୍ତି ଯେ ମୁଁ ଇରାନ ରେଡ୍‌କ୍ରସ ସୋସାଇଟି ତରଫରୁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ଏହି କଷ୍ଟ ସମୟରେ ଆପଣ ଏକା ନୁହଁନ୍ତି। ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ। ଆମର ଆଇଆରସିଏସ ତୁରନ୍ତ ଏହାର ବିଶେଷ ଦ୍ରୁତ ପ୍ରତିକ୍ରିୟା ଦଳ, ଉଦ୍ଧାର ଉପକରଣ ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ଆମେରିକା ପଠାଇବାକୁ ପ୍ରସ୍ତୁତ। ମୁଁ ମଧ୍ୟ ଆପଣଙ୍କୁ କହିବାକୁ ଚାହେଁ ଯେ, ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା କରିବାରେ ଆମର ଦୀର୍ଘ ଅଭିଜ୍ଞତା ଅଛି। ଆମେ ଆପଣଙ୍କ ଉତ୍ତରକୁ ଅପେକ୍ଷା କରିଛୁ। ଯାହା ଦ୍ବାରା ଆବଶ୍ୟକ ପରବର୍ତ୍ତୀ ଆଲୋଚନା ହୋଇପାରିବ ଏବଂ ସମନ୍ୱୟ ରକ୍ଷା କରାଯାଇ ପାରିବ। କୋଲିଭାନ୍ଦ କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡ ଆମେରିକାର ଏକ ବଡ଼ ଅଞ୍ଚଳକୁ ନଷ୍ଟ କରିଦେଇଛି। ଏକ ସୁନ୍ଦର ପ୍ରାକୃତିକ କ୍ଷେତ୍ର ପାଉଁଶ ହୋଇଯାଇଛି। ଏହି ବିପର୍ଯ୍ୟୟରେ ହଜାର ହଜାର ଘର ଓ ଅନେକ ପ୍ରାଣ ହରାଇଛନ୍ତି। ଏହି ଅଗ୍ନିକାଣ୍ଡରୁ ବହୁ ସଂଖ୍ୟକ ଲୋକଙ୍କ ଜୀବନ ବିପଦରେ ରହିଛି। ଏହା କେବଳ ଆମେରିକାର ସଙ୍କଟ ନୁହେଁ। ଏହା ଏକ ବିପର୍ଯ୍ୟୟ ଯାହା ସମଗ୍ର ବିଶ୍ୱକୁ ଥରାଇ ଦେଇଛି। ଦୁନିଆର ସମସ୍ତ ଦାୟିତ୍ବବାନ ଏବଂ ଦୟାଳୁ ବ୍ୟକ୍ତି ଏହା ଦ୍ୱାରା ଆଘାତ ପାଇଛନ୍ତି। ଆମେରିକାରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ ଆବଶ୍ୟକ, ବିଶ୍ୱର ଦେଶମାନେ ଏଥିପାଇଁ ଆଗକୁ ଆସିବା ଉଚିତ୍ ।
    ସୂଚନାଯୋଗ୍ୟ, ଗତ ପାଞ୍ଚ ଦିନ ଧରି ଆମେରିକାର କାଲିଫର୍ନିଆର ଲସ୍ ଆଞ୍ଜେଲସରେ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ସୁଦ୍ଧା ଏହି ଅଗ୍ନିକାଣ୍ଡରେ ୧୨ଳ୩୦୦ରୁ ଅଧିକ କୋଠା ନଷ୍ଟ ହୋଇଯାଇଛି।ଚଳିତ ଅଗ୍ନିକାଣ୍ଡ ଏହି ଅଞ୍ଚଳର ଇତିହାସରେ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ବୋଲି ବିବେଚନା କରାଯାଉଛି। ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

    ଲସ୍ ଆଞ୍ଜେଲସ୍ ଅଗ୍ନିକାଣ୍ଡରେ ହଲିଉଡ୍ ମଧ୍ୟ ପ୍ରଭାବିତ ହୋଇଛି। ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ର ସୁଟିଂ ବାତିଲ କରାଯାଇଛି। ଅଗ୍ନି ଏବଂ ବିଷାକ୍ତ ବାୟୁ ଯୋଗୁ ଅନେକ ପ୍ରିମିୟର ଏବଂ ଇଭେଣ୍ଟ ମଧ୍ୟ ବାତିଲ କରାଯାଇଛି | ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଉଛି। ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘର ଭିତରେ ରହିବାକୁ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ନିବେଦନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ