Sunday, March 8, 2026
31.2 C
Odisha

    ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ, ଜାତିସଂଘ ରିପୋର୍ଟରେ ଖୁଲାସା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଯାଞ୍ଚରେ ଏକ ବଡ଼ ଖୁଲାସା ହୋଇଛି । ୩୭ତମ ଜାତିସଂଘ ରିପୋର୍ଟରେ ଦିଲ୍ଲୀ ଲାଲକିଲ୍ଲା ଆକ୍ରମଣରେ ଜୈଶ-ଏ-ମହମ୍ମଦର ହାତ ଥିବା ସୂଚନା ମିଳିଛି । ଗତ ବର୍ଷ ନଭେମ୍ବର ୧୦ ତାରିଖରେ ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ଜୈଶ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିଲା । ୩୭ତମ ଜାତିସଂଘ ରିପୋର୍ଟରେ ମସୁଦ ଆଝାରର ନୂତନ ଶାଖା ଜମାତ-ଉଲ-ମୁମିନାତ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି ।

    ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୦ ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଆକ୍ରମଣରେ ୧୫ ଜଣ ଲୋକ ପ୍ରାଣ ହରାଇଥିଲେ । ଏହାକୁ ନେଇ ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ, ଗୋଟିଏ ସଦସ୍ୟ ଦେଶ ରିପୋର୍ଟ କରିଛି ଯେ, ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ଦାୟୀ ।

    ଭାରତ ଦାବି କରିଛି ଯେ, ଜୈଶ-ଏ-ମହମ୍ମଦ ଏବେ ବି ସକ୍ରିୟ ଏବଂ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛି, ଯେତେବେଳେ ପାକିସ୍ତାନ ଏହି ସଂଗଠନକୁ ନିଷ୍କ୍ରିୟ ବୋଲି ବର୍ଣ୍ଣନା କରିଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଜୈଶ ମୁଖ୍ୟ ମାସୁଦ ଆଝାର ଅକ୍ଟୋବର ୮ ତାରିଖରେ ଏକ ପୃଥକ ମହିଳା ଶାଖା ଗଠନ ଘୋଷଣା କରିଥିଲେ, ଏହାକୁ ଜମାତ-ଉଲ-ମୁମିନାତ ନାମ ଦେଇଥିଲେ ।

    ତେବେ ଜାତିସଂଘର ଏହି ନୂତନ ରିପୋର୍ଟ ସୀମାପାର ଆତଙ୍କବାଦ ଓ ଅଞ୍ଚଳୀୟ ସୁରକ୍ଷାକୁ ନେଇ ପୁନର୍ବାର ଗୁରୁତର ପ୍ରଶ୍ନ ଉଠାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    42 %
    1.2kmh
    0 %
    Sun
    36 °
    Mon
    37 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ