Monday, July 7, 2025
24.5 C
Odisha

ଲିଙ୍ଗରାଜ ମନ୍ଦିର ପୁଣି ବିଭ୍ରାଟ, ବନ୍ଦ ରହିଛି ନୀତିକାନ୍ତି

ଆଗକୁ ପଢନ୍ତୁ

ଭୁବନେଶ୍ଵର : ହାଣ୍ଡିଭାଙ୍ଗା ଯାତ୍ରାକୁ କେନ୍ଦ୍ର କରି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ଆଜି ବୀରକିଶୋର ବଲ୍ଲବ ଭୋଗଠାରୁ ଲିଙ୍ଗରାଜ ନୀତି ବନ୍ଦ ରହିଛି । ଖୁଣ୍ଟିଆ ମଲ୍ଲିଆ ବିବାଦ ନ ତୁଟିବାରୁ ହାଣ୍ଡିଭାଙ୍ଗା ଯାତ ବନ୍ଦ ରହିଛି । ଗତ ୧୧ ବର୍ଷ ହେଲା ହାଣ୍ଡିଭଙ୍ଗା ଜାତ ବନ୍ଦ ରହିଛି । ଶିବରାତ୍ରି ଅମାବାସ୍ୟା ପରେ ପ୍ରଥମ ଶନିବାର ହାଣ୍ଡିଭଙ୍ଗା ଯାତ୍ରା ହୁଏ । ପ୍ରଶାସନିକ ଅବହେଳା ପାଇଁ ଏପରି ହେଉଥିବା ଅଭିଯୋଗ ହୋଇଛି। କପିଲନାଥ ମନ୍ଦିରକୁ ଯାଇଥାନ୍ତି ପ୍ରଭୁ ଲିଙ୍ଗରାଜ ।

ସୂଚନା ଅନୁସାରେ ମହାଶିବରାତ୍ରି ଦିନ ମହାଦୀପ ନେଇ ମନ୍ଦିର ଉପରକୁ ଉଠିବା ବେଳେ ଖସି ପଡ଼ିଥିଲେ ସେବାୟତ ଯୋଗେନ୍ଦ୍ର ସମର୍ଥା । ସେ ଲୁହା ଶିକୁଳି ଧରି ଉପରକୁ ଉଠିବା ବେଳେ ପ୍ରାୟ ୧୦ ଫୁଟ ଉପରୁ ମହାଦୀପ ସହ ତଳକୁ ଖସି ପଡ଼ିଥିଲେ । ତାଙ୍କ ମୁଣ୍ଡ, ମୁହଁ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା । ସେହିଭଳି ମହାଦୀପରୁ ତେଲ ଓ ନିଆଁ ଝୁଲ ପଡ଼ି ଆଉ କିଛି ସେବାୟତଙ୍କ ଗୋଡ଼ହାତରେ ଫୋଟକା ହୋଇଯାଇଥିଲା।ମନ୍ଦିର ଭିତରେ ଓ ବାହାରେ ପ୍ରବଳ ଭିଡ଼ ଥିବାରୁ ଆମ୍ବୁଲାନ୍‌ସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.5 ° C
24.5 °
24.5 °
86 %
3.3kmh
100 %
Sun
25 °
Mon
25 °
Tue
24 °
Wed
25 °
Thu
27 °

ସମ୍ବନ୍ଧିତ