Sunday, March 22, 2026
25.7 C
Odisha

    ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ଜାରି, ଅଧ୍ୟକ୍ଷତା କଲେ ସୁପ୍ରିମୋ ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ପ୍ରକାଶ ପାଇବାର ୨ ସପ୍ତାହ ପରେ ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ଓଡ଼ିଶା ବିଧାନସଭାରେ କିଏ ବିରୋଧୀ ଦଳ ନେତା ହେବେ ସେନେଇ ବୈଠକରେ ନି‌ଷ୍ପତ୍ତି ହେବ। ସେହିପରି ସାଧାରଣ ନିର୍ବାଚନରେ ଦଳର ପରାଜୟ ନେଇ ମଧ୍ୟ ହୋଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

    ବୈଠକରେ ବିଜେଡି ଉପସଭାପତି ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଦେବୀ ତ୍ରିପାଠୀ, ରାଜେନ୍ଦ୍ର ଢୋଲକିଆ, ଅଶୋକ ପଣ୍ଡା, ସଂଜୟ ଦାସବର୍ମା, ଶଶୀଭୂଷଣ ବେହେରା, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ବିଏମ୍‌ସି ‌ମେୟର ସୁଲୋଚନା ଦାସ ଉପସ୍ଥିତ ଅଛନ୍ତି।

    ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ନିର୍ବାଚିତ କରିବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇପାରେ। ସେପଟେ ବିରୋଧୀ ଦଳ ଉପନେତା ଭାବେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ବୈଠକରେ ବିଜେଡି ପରାଜୟର କାରଣ ମଧ୍ୟ ଖୋଜାଯିବ। ପରାଜୟ ପଇଁ କେଉଁ କେଉଁ ପ୍ରସଙ୍ଗ ଫ୍ୟାକ୍ଟର ହେବ ସେ ନେଇ ଆଲୋଚନା କରାଯିବ। ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଆସନରେ ବସିଛି। ଦୀର୍ଘ ୨୪ ବର୍ଷ କ୍ଷମତାରେ ବସିବା ପରେ ଏବେ ବିରୋଧୀ ଆସନକୁ ଆସିଛି । ତେଣୁ କେଉଁ ପ୍ରସଙ୍ଗରେ କିଭଳି ଆଭିମୁଖ୍ୟ ରହିବ ସେ ନେଇ ମଧ୍ୟ ଆଲୋଚନା ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ