ଖାଦ୍ୟରେ ତଟକା ସବୁଜ ପନିପରିବା ସାମିଲ କରିବା ଦେହ ପାଇଁ ବହୁତ ଭଲ । ଡାକ୍ତର ମଧ୍ୟ ଆମିଷ ଖାଇବାକୁ ମନା କରି ଅଧିକରୁ ଅଧିକ ସବୁଜ ପରିବା ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି । ତେବେ ସବୁ ଋତୁରେ ଭିନ୍ନ ଭିନ୍ନ ପରିବା ବଜାରକୁ ଆସିଥାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ଯାହା ପୋଷକ ତତ୍ତ୍ବରେ ଭରପୂର ରହିବା ସହ ଦେହ ପାଇଁ ମଧ୍ୟ ଉପାକରୀ ହୋଇଥାଏ । କିନ୍ତୁ ଆଜିକାଲିର ଫାଷ୍ଟଫୁଡ୍ ଜୀବନଶୈଳୀ ଭିତରେ ଆମେ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧାର ଶିକାର ହୋଇଥାଉ । କମ୍ ବୟସରୁ ହିଁ ଡାଏବେଟିସ୍ ,କିଡନି ସମ୍ବନ୍ଧୀୟ ରୋଗ ଏବଂ ଫୁସଫୁସ୍ ରୋଗରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବର୍ତ୍ତମାନ ଆପଣଙ୍କୁ ଏପରି ଏକ ପରିବା ବିଷୟରେ କହିବୁ, ଯାହା ଅନେକ ପ୍ରକାରର ରୋଗକୁ ଦୂର କରିବ । ଏଥିସହ ଏହି ପରିବାଟି ମଧ୍ୟ ପ୍ରାୟ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଏହି ପରିବାଟିର ନାମ କ’ଣ?
ଏହି ପରିବାଟିର ନାମ ହେଉଛି ‘କୁନ୍ଦୁରି’ । ସାଧାରଣ ଲାଗୁଥିବା ପରିବାଟି ସମସ୍ତଙ୍କ ଘରେ ପ୍ରସ୍ତୁତ ହୁଏ କିନ୍ତୁ ଏହାର ଉପକାରିତା ବିଷୟରେ ପ୍ରାୟତଃ ଲୋକ ଜାଣିନଥିବେ । କେବଳ ଖାଇବାକୁ ସୁଆଦିଆ କରେ ନୁହେଁ ବରଂ ଏହା ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟ ପ୍ରମାଣିତ ହୋଇଥାଏ । ଏଥିସହ ଜାଣିରଖନ୍ତୁ ଯେ, ଓଜନ କମାଇବାଠାରୁ ଆରମ୍ଭ କରି ସୁଗାର୍ କଣ୍ଟ୍ରୋଲ୍ କରିବା,ଖାଦ୍ୟ ହଜମ କରିବା,ହାଡ଼କୁ ମଜଭୁତ କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ଅର୍ଥାତ ଟକ୍ସିନକୁ ମଧ୍ୟ ବାହାର କରିବାରେ ସାହାଯ୍ୟ କରେ କୁନ୍ଦୁରି । ଏହି ପରିବାରେ ଡାଇଟରି ଫାଇବର୍ ଭରପୁର ପରିମାଣରେ ରହିଥାଏ ଯେଉଁଥିରେ ବ୍ଲଡ୍ ସୁଗାର ଲେବଲ୍ କମ୍ ହୋଇଥାଏ । ଡାଏବେଟିସ୍ ରୋଗୀଙ୍କ ପାଇଁ ଏହି ପରିବାଟି ଖୁବ୍ ଲାଭଦାୟକ । ଗ୍ଲାଇସେମିକ ଇଣ୍ଡେକ୍ସ କାରଣରୁ ଏହା ସୁଗାରର ଲେବଲକୁ ଅବଶୋଷଣ କରି ଧିରେ ଧିରେ ଶରୀରରେ ଏନର୍ଜି ସୃଷ୍ଟି କରେ । ଆଜିର ସମୟରେ ଅସ୍ବାସ୍ଥ୍ୟକର ଖାଦ୍ୟପେୟ କାରଣରୁ ପେଟ ଫୁଲିବା , ଏସିଡିଟି ଭଳି ସମସ୍ୟା ପ୍ରତିଦିନ ଦେଖାଯାଏ । କୁନ୍ଦୁରିରେ ଥିବା ତତ୍ତ୍ବ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ ଏସିଡିଟିକୁ କମାଇବାରେ ସହାୟକ ହୁଏ । ଏହି ପରିବା ଓଜନ ବଢ଼ାଇବା ସମସ୍ୟାକୁ ମଧ୍ୟ କମାଇଥାଏ । କମ୍ କ୍ୟାଲୋରିର ଏହି ପରିବା ପେଟ ଭର୍ତ୍ତି କରିବାରେ ସାହାଯ୍ୟ କରେ ତେଣୁ ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ । ଓଜନ କମାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଖାଦ୍ୟରେ କୁନ୍ଦୁରି ସାମିଲ କରନ୍ତୁ । ଏହା ଶରୀରକୁ ଭାରି କରିବା ବଦଳରେ ପୋଷକ ତତ୍ତ୍ବ ପହଞ୍ଚାଇବ । କୁନ୍ଦୁରିରେ କ୍ୟାଲସିୟମ , ଆଇରନ୍ , ଭିଟାମିନ୍-ସିର ମାତ୍ରା ଅଧିକ ଥିବାରୁ ଏହା ଦାନ୍ତ ଏବଂ ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ । ବୟସ୍କ ବ୍ୟକ୍ତିବିଶେଷମାନେ ଖାଦ୍ୟରେ କୁନ୍ଦୁରି ସାମିଲ କରିବା ନିହାତି ଆବଶ୍ୟକ ।
କୁନ୍ଦୁରି ଏମିତି ଏକ ପରିବା, ଯେଉଁଥିରେ ଭରି ରହିଛି ଅନେକ ପ୍ରକାରର ପୋଷକ ତତ୍ତ୍ୱ । କୁନ୍ଦୁରିରେ ଭିଟାମିନ, ମିନେରାଲ, ପୋଟାସିୟମ୍, କ୍ୟାଲସିୟମ୍, ଆଇରନ ଓ ଫାଇବରର ଗୁଣ ଭରପୂର ହୋଇ ରହିଛି । କେବଳ ଏତିକି ନୁହେଁ, ଏହାର ଆଣ୍ଟି ଆକ୍ଟିଡାଣ୍ଟ, ଆଣ୍ଟି-ଇନ୍ଫ୍ଲାମେଟୋରୀ ଓ ଆଣ୍ଟି-ବ୍ୟାକ୍ଟେରିୟାଲ ଗୁଣ ମଧ୍ୟ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଗ୍ରୀଷ୍ମଦିନେ ଏହି ପରିବା ସହଜରେ ମିଳି ଯାଇଥାଏ ।
ତେବେ ଆସନ୍ତୁ ଜାଣିବା, କୁନ୍ଦୁରି ଖାଇବାର ଅଜବ ଫାଇଦା ବିଷୟରେ : –
କୁନ୍ଦୁରି ଓଜନ ହ୍ରାସ କରିବାରେ ବେଶ୍ ଉପଯୋଗୀ ହୋଇଥାଏ । ଏଥିରେ ଭଲ ମାତ୍ରାରେ ଫାଇବର ରହିଥାଏ । ଯଦି ଆପଣ ନିଜ ଡାଏଟରେ ନିୟମିତ ରୂପେ ଅଳ୍ପ ମାତ୍ରାରେ କୁନ୍ଦୁରି ସାମିଲ କରିବେ, ତେବେ ଓଜନ ନିଶ୍ଚିତ ଭାବରେ କମ୍ ହେବାକୁ ଲାଗିବ ।
ଏଥିସହ ଶରୀରରେ ଲୌହର ଅଭାବ ଘଟିଲେ ଥକ୍କାପଣ ଅନୁଭବ ହେବାକୁ ଲାଗିଥାଏ । କୁନ୍ଦୁରିରେ ପ୍ରଚୁର ପରିମାଣରେ ଲୌହ ରହିଛି, ଯାହା ଥକ୍କାପଣ ଦୂର କରିବାରେ ସାହାଯ୍ୟ କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କୁନ୍ଦୁରିକୁ ଆପଣ ନିଜ ଖାଦ୍ୟରେ ସାମିଲ୍ କରିବା ଉଚିତ।
କୁନ୍ଦୁରି ଫାଇବରରେ ପରିପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଏହା ହଜମ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । କୁନ୍ଦୁରି ସେବନ ଦ୍ୱାରା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ ମିଳିଥାଏ । ଏହାଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍, ପେଟ ଯନ୍ତ୍ରଣା, ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।
କୁନ୍ଦୁରିରେ ଭରପୂର ମାତ୍ରାରେ ପୋଟାସିୟମ ରହିଛି, ଯାହା ହାର୍ଟ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହା ବ୍ୟତୀତ ଏଥିରେ ଥିବା କ୍ୟାଲସିୟମ୍ ହାଡକୁ ମଜଭୁତ କରିଥାଏ ।
ଏହା ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଥିବା ଲୋକଙ୍କ ପାଇଁ ଖୁବ୍ ଲାଭଦାୟକ । ଯଦି ଆପଣ ଏହି ସମସ୍ତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ କୁନ୍ଦୁରି ସାମିଲ୍ କରନ୍ତୁ ।