Monday, March 23, 2026
24.7 C
Odisha

    ଶିମିଳିପାଳରୁ କଳାବାଘ ଛାଲ ଜବତ ଘଟଣାରେ ୯ ଗିରଫ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ : ଶିମିଳିପାଳରୁ କଳାବାଘ ଛାଲ ଜବତ ଘଟଣାରେ ୯ ଗିରଫ । ଅନ୍ୟ ଅଭିଯୁକ୍ତଙ୍କର ସମ୍ପୃକ୍ତି ଥିବା କହିଛନ୍ତି RCCF ପ୍ରକାଶ ଗୋଗିନେନୀ । ଗତକାଲି ଦିନ ତମାମ ଚଢାଉ କରି ୯ଜଣଙ୍କୁ ଗିରଫ କରିଛି ବନବିଭାଗ । ଜବତ ହୋଇଥିବା କଳା ବାଘ ଛାଲଟି ୨ବର୍ଷ ବୟସର ବାଘର ବୋଲି ଅନୁମାନ କରାଯାଉଛି । ତେବେ କେଉଁ ସ୍ଥାନରୁ ବାଘକୁ ଶିକାର କରାଯାଇଛି ସାଇଣ୍ଟିଫିକ୍ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି RCCF କହିଛନ୍ତି ।

    ମୟୂରଭଞ୍ଜରେ କଳା ବାଘ ଚମଡ଼ା ଜବତ । ବିଶ୍ୱର ଦୁର୍ଲଭ ପ୍ରଜାତିର ଶିକାରକୁ ନେଇ ବଢ଼ୁଛି ଚିନ୍ତା । ବିରଳ କଳା ମହାବଳ ବାଘ କେବଳ ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳନ୍ତି । ଜେନେଟିକ୍ ପରିବର୍ତ୍ତନ ଯୋଗୁଁ ଏହି ବାଘଙ୍କ ଦେହରେ କଳା ପଟା ଦାଗ ଗୁଡ଼ିକ ଏତେ ମୋଟା ଯେ ସେମାନେ କଳା ଦେଖାଯାନ୍ତି । ଶିକାରୀମାନେ ଏହାକୁ ଶିମିଳିପାଳରୁ ଶିକାର କରି ବିକ୍ରି କରିବାକୁ ଯୋଜନା କରୁଥିବା ସନ୍ଦେହ କରାଯାଉଛି । ଅତ୍ୟନ୍ତ ଦୁର୍ଲଭ ଓ ସ୍ୱତନ୍ତ୍ର କଳା ମହାବଳ ବାଘ ସାରା ବିଶ୍ୱରେ କେବଳ ଶିମିଳିପାଳରେ ହିଁ ମୁକ୍ତ ଭାବେ ବୁଲୁଥିବାର ଦେଖାଯାନ୍ତି ।

    ଏମାନେ ଅନ୍ୟ କୌଣସି ଜଙ୍ଗଲରେ ନାହାନ୍ତି । ଗୋଟିଏ ବାଘର ମୃତ୍ୟୁ ହେବା ମାନେ ବିଶ୍ୱରୁ ଏହି ଦୁର୍ଲଭ ପ୍ରଜାତିର ସଂଖ୍ୟା କମିଯିବା । ବିଭିନ୍ନ ଗଣନା ଅନୁଯାୟୀ, ଶିମିଳିପାଳରେ ମାତ୍ର ୧୩ ରୁ ୨୦ଟି କଳା ବାଘ ଅଛନ୍ତି । ଏତେ କମ୍ ସଂଖ୍ୟା ମଧ୍ୟରୁ ଗୋଟିଏ ବି ବାଘ ଶିକାର ହେବା ସେମାନଙ୍କ ବଂଶ ନିପାତ ହେବାର ଆଶଙ୍କା ବଢ଼ାଇଦିଏ । ଶିମିଳିପାଳରେ ବାଘ ବଂଶ ବଢ଼ାଇବା ପାଇଁ ସରକାର ଅନ୍ୟ ରାଜ୍ୟରୁ ବାଘ ଆଣିବା ଭଳି କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି ।

    ଶିକାରୀଙ୍କ ଏଭଳି କାର୍ଯ୍ୟ ସମସ୍ତ ସରକାରୀ ଓ ବୈଜ୍ଞାନିକ ପ୍ରୟାସକୁ ପଛକୁ ଠେଲି ଦେଉଛି । କଳା ବାଘର ଚମଡ଼ା ଓ ନଖର ଚୋରା ବଜାରରେ ପ୍ରବଳ ଚାହିଦା ଥିବାରୁ ଶିକାରୀମାନେ ଏହାକୁ ଟାର୍ଗେଟ୍ କରୁଛନ୍ତି । ଏହା ସଂଗଠିତ ଶିକାରୀ ଗୋଷ୍ଠୀଙ୍କୁ ଅଧିକ ସକ୍ରିୟ କରିବାର ଭୟ ରହିଛି । ଶିମିଳିପାଳ ଭଳି କଡ଼ା ପହରା ଏବଂ AI କ୍ୟାମେରା ଲାଗିଥିବା ଜଙ୍ଗଲରୁ ବାଘ ଶିକାର ହେବା ବନ ବିଭାଗର ସୁରକ୍ଷା ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ଦର୍ଶାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ