Thursday, January 8, 2026
11.8 C
Odisha

    ଶିମିଳିପାଳରୁ ୩ ଶିକାରୀ ଗିରଫ : ୨ ବନ୍ଧୁକ ଜବତ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଫଟୋକୁ ଆଧାର କରି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ସ୍ବତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ୩ ଶିକାରୀ ହେଉଛନ୍ତି ଉଦଳା ଥାନା ଅନ୍ତର୍ଗତ ବଡ଼ଖମଣ ପଞ୍ଚାୟତର ବାସିନ୍ଦା। ସେମାନେ ହେଲେ ଅନନ୍ତପୁର ଗ୍ରାମର ବୁଧୁରାମ ହାଁସଦା, ବଡ଼ଖମଣ ଗ୍ରାମର ମୁନିରାମ ହେମ୍ବ୍ରମ ଓ ମାଧବ ସିଂ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଖିଲାପ କରାଯାଇଥିବା ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ବାରିପଦା ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଇଜଲାସକୁ ପଠାଯାଇଛି। ଅଭିଯୁକ୍ତମାନଙ୍କଠାରୁ ୨ଟି ଦେଶୀ ବନ୍ଧୁକ ଓ ବନ୍ୟଜନ୍ତୁ ଧରିବା ସକାଶେ ବ୍ୟବହୃତ ହେବାକୁ ଥିବା ଏକ ଫାଶ ମଧ୍ୟ ଜବତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    11.8 ° C
    11.8 °
    11.8 °
    35 %
    1.2kmh
    2 %
    Thu
    26 °
    Fri
    26 °
    Sat
    26 °
    Sun
    28 °
    Mon
    27 °

    ସମ୍ବନ୍ଧିତ