Wednesday, May 13, 2026
25.1 C
Odisha

    ଶିମିଳିପାଳରୁ ୩ ଶିକାରୀ ଗିରଫ : ୨ ବନ୍ଧୁକ ଜବତ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଫଟୋକୁ ଆଧାର କରି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ସ୍ବତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ୩ ଶିକାରୀ ହେଉଛନ୍ତି ଉଦଳା ଥାନା ଅନ୍ତର୍ଗତ ବଡ଼ଖମଣ ପଞ୍ଚାୟତର ବାସିନ୍ଦା। ସେମାନେ ହେଲେ ଅନନ୍ତପୁର ଗ୍ରାମର ବୁଧୁରାମ ହାଁସଦା, ବଡ଼ଖମଣ ଗ୍ରାମର ମୁନିରାମ ହେମ୍ବ୍ରମ ଓ ମାଧବ ସିଂ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଖିଲାପ କରାଯାଇଥିବା ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ବାରିପଦା ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଇଜଲାସକୁ ପଠାଯାଇଛି। ଅଭିଯୁକ୍ତମାନଙ୍କଠାରୁ ୨ଟି ଦେଶୀ ବନ୍ଧୁକ ଓ ବନ୍ୟଜନ୍ତୁ ଧରିବା ସକାଶେ ବ୍ୟବହୃତ ହେବାକୁ ଥିବା ଏକ ଫାଶ ମଧ୍ୟ ଜବତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.1 ° C
    25.1 °
    25.1 °
    78 %
    1.3kmh
    64 %
    Wed
    40 °
    Thu
    42 °
    Fri
    43 °
    Sat
    43 °
    Sun
    43 °

    ସମ୍ବନ୍ଧିତ