Sunday, March 29, 2026
39.1 C
Odisha

    ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପତ୍ନୀ ଟିନା ଅମ୍ବାନୀଙ୍କୁ ଇଡିର ସମନ, ତଦନ୍ତ ପାଇଁ ହୋଇନଥିଲେ ହାଜର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସ୍ତ୍ରୀ ଟୀନା ଅମ୍ବାନୀଙ୍କୁ ମନି ଲଣ୍ଡରିଂ ମାମଲାରେ ତଦନ୍ତ ପାଇଁ ଇଡ଼ି ସମନ ଜାରି କରିଛି । କିନ୍ତୁ ତଦନ୍ତ ପାଇଁ ଅମ୍ବାନୀ ହାଜର ହୋଇନଥିଲେ । ଖୁବ୍ ଶୀଘ୍ର ଟୀନା ଅମ୍ବାନୀଙ୍କୁ ନୂତନ ସମନ ଜାରି କରାଯିବ ବୋଲି ଜଣାପଡୁଛି ।

    ସୂଚନାନୁଯାୟୀ, ନ୍ୟୁୟର୍କର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିବା ମାମଲାରେ ପଚରାଉଚରା ପାଇଁ ଟିନାଙ୍କୁ ପୁଣି ଡକାଯିବ । ୪୦ ହଜାର କୋଟି ଟଙ୍କାର କର୍ପୋରେଟ୍ ବ୍ୟାଙ୍କ ଜାଲିଆତିର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ SIT  ଗଠନ କରାଯାଇଛି । ଏହି ମାମଲାର ତଦନ୍ତ ପାଇଁ  ଅନିଲ ଅମ୍ବାନୀ ବିନା ଅନୁମତିରେ ଦେଶ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।  ଇଡି ଗତ ବର୍ଷଠାରୁ ଅନିଲ ଅମ୍ବାନୀ ଏବଂ ତାଙ୍କ ଗୋଷ୍ଠୀ କମ୍ପାନୀଗୁଡ଼ିକର ତଦନ୍ତ କରୁଛି ଏବଂ ଏପର୍ଯ୍ୟନ୍ତ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ତିନୋଟି ଏନଫୋର୍ସମେଣ୍ଟ କେସ୍ ଇଫର୍ମେସନ୍ ରିପୋର୍ଟ (ECIRs) ଦାଖଲ କରିଛି । ଯାହା ଇଡିର ପୋଲିସ ଏଫଆଇଆର ସମକକ୍ଷ । ଏଥିରେ ୧୨ହଜାର କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଆଟାଚ୍ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ