Tuesday, April 7, 2026
24.4 C
Odisha

    ଶିଶୁକୁ ମାଲିସ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସତର୍କ, ଶିଶୁର ମାନସିକ ବିକାଶରେ ପଡେ ପ୍ରଭାବ

    ଆଗକୁ ପଢନ୍ତୁ

    ଶିଶୁ ପାଇଁ ମାଲିସ ଉଚିତ ନା ଅନୁଚିତ୍ । ଶିଶୁଟିଏ ଜନ୍ମ ହେବା ପୂର୍ବରୁ ମା’ମାନେ ଯେତିକି ଯତ୍ନଶୀଳ ଥାଆନ୍ତି , ଶିଶୁଟିଏ ଜନ୍ମ ହେବା ପରେ ଅଧିକ ସଜାଗ ହୋଇପଡନ୍ତି ପରିବାର ଲୋକେ। ଶିଶୁଟିର ଶରୀରକୁ ଟାଣ କରିବା ପାଇଁ ଅଭିଭାବକମାନେ ପିଲାଙ୍କୁ ତେଲ ମାଲିସ କରିବାର ଉପାୟକୁ ଆପଣାଇଥାନ୍ତି । ଯାହା ଆମେ ସାଧାରତଃ ଦେଖିଥାଉ । ସମୟ ବଦଳିବା ସହିତ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସିଛି । ପିଲାଙ୍କୁ ମାଲିସ କରିବା ଉଚିତ କି ନାହିଁ ସେ ସମ୍ପର୍କରେ ଡାକ୍ତର କ’ଣ କହିଛନ୍ତି ଆସନ୍ତୁ ଜାଣିବା ।

    ପିଲାଙ୍କ ଶାରୀରିକ ବିକାଶକୁ ଆଖି ଆଗରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସେଥିପାଇଁ କୋଠରୀରେ ପିଲାଙ୍କୁ ରଖି ମାଲିସ କରାଯାଇଥାଏ । ଏହା ମଧ୍ୟ କରାଯିବ ଉଚିତ। ତେଲ ମାଲିସ କରିବା ସମୟରେ ମୁଣ୍ଡରେ ତେଲ ମଧ୍ୟ ଲଗାଯାଏ । କେତେକ ସମୟରେ ଅଭିଭାବକମାନେ ପିଲାମାନଙ୍କ ତାଳୁରେ ଅଧିକ କରି ତେଲ ଭରିଦେଇଥାନ୍ତି । ପିଲାଙ୍କର ଏପରି କୋମଳ ସ୍ଥାନରେ ତେଲ ଲଗାଇବା ପିଲାଙ୍କ ପାଇଁ ଆଦୌ ଠିକ ନୁହେଁ ବୋଲି କହିଛନ୍ତି ଡାକ୍ତର ।ନବଜାତ ଶିଶୁଙ୍କ ଶରୀର କୋମଳ ହୋଇଥିବାରୁ ସାମାନ୍ୟ କୋମଳ ଅଂଶ ଖୋଲା ରହିଥାଏ, ଯାହାକୁ କି ଫଣ୍ଟେନେଲ କୁହାଯାଏ ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି। ଏଥି ସହ ଏହି କୋମଳତ୍ୱ ଅଂଶ ଆପେ ଆପେ 2 ବର୍ଷ ମଧ୍ୟରେ ବନ୍ଦ ହୋଇଯାଏ ବୋଲି ମଧ୍ୟ କହିଛନ୍ତି । ଶିଶୁର କୋମଳ ଅଂଶ ଖୋଲା ରହିବା ଦ୍ୱାରା ତାର ଚେହେରାରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଥାଏ । ମାତା ପିତାଙ୍କ ଏହି ସାମାନ୍ୟ ଭୁଲ ପାଇଁ ପିଲାର କ୍ଷତି ହୋଇଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ସତର୍କତା ଅବଲମ୍ବନ କରିବା ଉଚିତ୍ ।

    ଶିଶୁ ମୁଣ୍ଡରେ ତେଲ ଲଗାଇବା ଉଚିତ ନୁହେଁ କାହିଁକି ?

    ଡାକ୍ତର କହିଛନ୍ତି ଯେ, ଶିଶୁର କୋମଳ ଅଂଶଟି କିଛି ମାତ୍ରାରେ ଖୋଲା ରହିଥାଏ ଯାହା ଫଳରେ ତେଲ ଲଗାଇବା ଦ୍ୱାରା ତାହା ବନ୍ଦ ହୋଇଯାଇଥାଏ । ଯାହାକି ପିଲାର ମାନସିକ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ । ଏଥି ସହିତ ଡ୍ୟାନଡ୍ରପ ଏବଂ ଚର୍ମ ଫଙ୍ଗସ ଭଳି ସମସ୍ୟା ପିଲା ପାଖରେ ଦେଖିବାକୁ ମିଳେ। ସେଥିପାଇଁ ପିତାମାତା ମାନଙ୍କୁ ଫଣ୍ଟେନେଲରେ ତେଲ ଭରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି।
    କିପରି କରିବେ ପିଲା ମୁଣ୍ଡରେ ମାଲିସ ?
    ଡାକ୍ତରଙ୍କୁ ପରାମର୍ଶ କରାଇ ଡାକ୍ତରଙ୍କ ଦ୍ୱାରା ନିର୍ଧାରିତ ହୋଇଥିବା ତେଲ ପିଲାକୁ ମାଲିସ କରିବା ଉଚିତ। ଶିଶୁ ର କୋମଳ ତ୍ୱଚାରେ ସିଧାସଳଖ ଭାବେ ତେଲ ମାଲିସ ବ୍ୟବହାର କରିବା ଉଚିତ ନୁହେଁ । ପ୍ରଥମେ ଡାକ୍ତରଙ୍କ ଦ୍ୱାରା ନିର୍ଦ୍ଧାରିତ ତେଲକୁ ନିଜ ହାତରେ ଭଲ ଭାବରେ ଘଷନ୍ତୁ ତାପରେ ପିଲା ଦେହରେ ଲଗାନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ