Saturday, April 4, 2026
28.2 C
Odisha

    ଶୀତଋତୁରେ କଞ୍ଚା ହଳଦୀ ରାମବାଣ ସଦୃଶ

    ଆଗକୁ ପଢନ୍ତୁ

    ଶୀତଋତୁ ଆସିବା ମାତ୍ରକେ ବିଭିନ୍ନ ପ୍ରକାରର ଔଷଧୀୟ ବସ୍ତୁ ଓ ସବୁଜ ପନିପରିବା ଆମେ ବଜାରରେ ଦେଖିବାକୁ ପାଇଥାଉ, ଯେପରିକି ଗ୍ରୀନ ମଟର , ଦେଶୀ ବନ୍ଧା କୋବି , ଫ୍ରେସ ଗାଜର, ମେଥି ଶାଗ, ପାଳଙ୍ଗ ଶାଗ ଏବଂ କଞ୍ଚା ହଳଦୀ ଇତ୍ୟାଦି। କଞ୍ଚା ହଳଦୀ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର।

    ଶୀତଋତୁରେ କଞ୍ଚା ହଳଦୀ ନିୟମିତ ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ଏବଂ ବିଭିନ୍ନ ସଂକ୍ରମଣ ନିକଟରୁ ରକ୍ଷା କରିଥାଏ। ଇମ୍ୟୁନିଟି ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ।

    ହଳଦୀ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣରେ ଭରପୁର ହୋଇଥାଏ, ତେଣୁ ବିଭିନ୍ନ ସଂକ୍ରମଣ ନିକଟରୁ ଆମକୁ ରକ୍ଷା କରିଥାଏ। ଯେପରିକି ସର୍ଦି, ଥଣ୍ଡା, କାଶ ଦୂର କରିବାରେ ସାହାଯ୍ୟ କରେ। ଖଣ୍ଡେ ଛୋଟ କଞ୍ଚା ହଳଦୀକୁ ଅଦା ସହିତ ମିଶାଇ ପାଣିରେ ଭଲରେ ଫୁଟାଇ ନିଅନ୍ତୁ ଏବଂ ଏହି ପାଣିକୁ ଛାଣି ସେବନ କରନ୍ତୁ।

    ହଳଦୀରେ ଆଣ୍ଟି ଇମ୍ଫ୍ଲମେଟ୍ରି ଗୁଣରେ ଭରପୁର ଅଟେ, ଯାହାକି ଗଣ୍ଠି ଯନ୍ତ୍ରଣା, ପିଠି ବିନ୍ଧା , ବେକ ବିନ୍ଧା ଇତ୍ୟାଦି ଠାରୁ ଦୁରେଇ ରଖିଥାଏ। ଏଥିରେ ଥିବା କରକ୍ୟୁମିନ ହାଡର ଫୁଲାକୁ କମାଇ ଶରୀରକୁ ଯନ୍ତ୍ରଣା ରହିତ କରାଇଥାଏ।

    ହଳଦୀରେ ଆଣ୍ଟି ଆକ୍ସିଡେଣ୍ଟ ରହିଥାଏ ଯାହାକି ତ୍ୱଚା ପାଇଁ ଖୁବ ହିତକର ଏବଂ ହଳଦୀରେ ଥିବା ଡିଟକ୍ସିଫାଇଙ୍ଗ ଗୁଣ ରକ୍ତକୁ ସଫା କରିଥାଏ ଯାହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ।

    କଞ୍ଚା ହଳଦୀକୁ ପାଣିରେ ଫୁଟାଇ ନିୟମିତ ସେବନ ଦ୍ୱାରା ପାଚନ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଖାଦ୍ୟ ହଜମ ହୋଇଥାଏ। ଶରୀରର ମେଟାବୋଲିଯିମ ବୃଦ୍ଧି ହୋଇ ଓଜନ ହ୍ରାସ କରିବାରେ ସାହାଯ୍ୟ ମିଳିଥାଏ।

    ନିୟମିତ ଭାବରେ ଖଣ୍ଡିଏ କଞ୍ଚା ହଳଦୀ ଓ ଅଦାକୁ ନେଇ ଭଲରେ ଛେଚି ନିଅନ୍ତୁ ଏବଂ ପାଣିରେ ମିଶାଇ ଫୁଟାଇ ନିଅନ୍ତୁ। ଏହି ପାଣିରେ ଖଣ୍ଡିଏ ଡ଼ାଲିଚୀନ , ୨ଟି ଲବଙ୍ଗ, ୪ଟି ଗୋଲ ମରିଚ ପକାଇ ଫୁଟାଇ ନିଅନ୍ତୁ, ଫୁଟିଗଲା ପରେ ଏହାକୁ ଛାଣି ଉଷୁମ ଉଷୁମ ସେବନ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ