Tuesday, October 28, 2025
22.7 C
Odisha

    ଶୀତଋତୁରେ କେଉଁ ଭିଟାମିନ କମି କାରଣରୁ ମୁଣ୍ଡରେ ଡାନଡ୍ରଫ୍ ହୋଇଥାଏ ଏବଂ କେଶ ଝଡ଼ିବା ସମସ୍ୟା ଦେଖାଯାଇ ଥାଏ

    ଆଗକୁ ପଢନ୍ତୁ

    ଶୀତଦିନ ଆସିବା କ୍ଷଣି ସମସ୍ତଙ୍କ ମୁଣ୍ଡରେ ପ୍ରାୟ ଆମେ ରୁପି ବା ଡାନଡ୍ରଫ୍ ଦେଖିବାକୁ ପାଇଥାଉ ଏବଂ ଏହି କାରଣରୁ ମୁଣ୍ଡ କୁଣ୍ଡାଇ ହେବା ସହ କେଶ ଝଡ଼ିବା ମଧ୍ୟ ଦେଖାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଡାନଡ୍ରଫ୍ ସମସ୍ୟା ଭିଟାମିନ କମିରୁ ହୋଇଥାଏ ବୋଲି ସ୍କିନ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯାହା ହୁଏତ ଆମ ମଧ୍ୟରୁ ଅନେକ ବ୍ୟକ୍ତି ଜାଣିନାହାନ୍ତି।

    ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ କିଛିଟା ନିର୍ଦ୍ଧିଷ୍ଟ ଭିଟାମିନର ଅଭାବ ଆମ ଶରୀରରେ ଶୀତଋତୁରେ ଦେଖିବାକୁ ମିଳିଥାଏ, କେବଳ ଡାନଡ୍ରଫ୍ର ର କାରଣ ନୁହେଁ, ଏହା ମଧ୍ୟ ଶୁଷ୍କ ତ୍ୱଚାର କାରଣ ଅଟେ।

    ସାଧାରଣ ଭାବରେ ଶୀତଋତୁ ଆସିବା କ୍ଷଣି ତ୍ୱଚା ଶୁଷ୍କ ହୋଇଯିବା, ଧଳା ଦେଖାଯିବା, ଗୋଡ଼ ଫାଟିବା,ଡାନଡ୍ରଫ୍ ସମସ୍ୟା ହେବା ଇତ୍ୟାଦି ହୋଇଥାଏ। ଏଥିପାଇଁ ବିଶେଷ ଭାବରେ ଭିଟାମିନ B2 , B3, ଭିଟାମିନ B6, ଭିଟାମିନ B9, ଏବଂ ଫୋଲିକ ଏସିଡ କମି କାରଣରୁ କେଶ ମୂଳରେ ଡାନଡ୍ରଫ୍ ସମସ୍ୟା ଦେଖିବାକୁ ମିଳିଥାଏ। ଭିଟାମିନ B2 ସ୍କିନ ସହିତ କେଶ ପାଇଁ ମଧ୍ୟ ଜରୁରୀ ଅଟେ। ଭିଟାମିନ B3 କମିଯିବା ଦ୍ୱାରା କେଶ ମୂଳ ସହିତ ତ୍ୱଚା ମଧ୍ୟ ଶୁଷ୍କ ହୋଇଯାଇ ଥାଏ। ଭିଟାମିନ ବି6 ଶରୀରରେ କମିଯିବା ଦ୍ୱାରା ମୁଣ୍ଡ କୁଣ୍ଡାଇ ହୋଇଥାଏ ଏବଂ ଡାନଡ୍ରଫ୍ ବୃଦ୍ଧି ହୋଇଥାଏ। ଭିଟାମିନ ବି 9 ଶରୀରରେ ହ୍ରାସ ପାଇବା ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଯାଇଥାଏ।

    କେଉଁ ସବୁ ଖାଦ୍ୟରେ ରହିଛି ଭିଟାମିନ ବି2 –
    ଶୀତଋତୁରେ ଦୁଗ୍ଦ ଜାତୀୟ ଜିନିଷ ଦହି,ପନିର , କ୍ଷୀର ନିହାତି ସେବନ କରନ୍ତୁ।
    ଅଣ୍ଡାରେ ରହିଛି ଭିଟାମିନ ବି 2, ବିନା ଚର୍ବି ମାଂସ, ସବୁଜ ଶାଗ, ମାଛ, ନାଲି ଲଙ୍କା, କିସମିସ, ମଟର ଓ ଛତୁରେ ଭିଟାମିନ ବି 2 ଭରପୁର ମାତ୍ରାରେ ରହିଥାଏ।

    କେଉଁ ଖାଦ୍ୟରେ ରହିଥାଏ ଭିଟାମିନ ବି 3-
    ମାଛ, ବିଭିନ୍ନ ମାଂସ ଜାତୀୟ ଖାଦ୍ୟ, କୁକୁଡ଼ା ମାଂସ, ଏବଂ ଏଭା କୋଡା , ଛତୁ ଏବଂ ବିଭିନ୍ନ ଶାସ୍ୟରେ ଥାଏ ଭିଟାମିନ ବି 3।
    କେଉଁ ଖାଦ୍ୟରେ ଥାଏ ଭିଟାମିନ ବି 6 –
    ମାଛ, ଅଣ୍ଡା, ବିନ୍ସ, ମଟର , ବିଭିନ୍ନ ଡାଲି ଜାତୀୟ ଜିନିଷ, ଏବଂ ସୋୟାବିନ, ପିସ୍ତା, ଡାଳିମ୍ବ, କଦଳୀ, ପାଳଙ୍ଗ, ଗାଜର, କନ୍ଦମୂଳ ପ୍ରଭୃତି ରେ ଭିଟାମିନ ବି 6 ରହିଥାଏ।

    କେଉଁ ଖାଦ୍ୟରେ ଭିଟାମିନ ବି 9 ରହିଥାଏ –
    ଭିଟାମିନ ବି 9 ଯୁକ୍ତ ଖାଦ୍ୟ ସନ୍ତୁଳିତ ଭୋଜନ ଦ୍ୱାରା ମିଳିଥାଏ, ଗ୍ରୀନ ସାଲାଡ଼ରେ ଭିଟାମିନ ବି 9 ରହିଥାଏ।

    କେଉଁ ସବୁ ଖାଦ୍ୟରେ ଥାଏ ଫାଓଙ୍କ ଏସିଡ –
    ଶୀତଋତୁର ବିଭିନ୍ନ ପରିବା, ସି-ଫୁଡ, ଅଣ୍ଡା, ଡାଏରୀ ପ୍ରଡକ୍ଟସ, ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ, ମାଣ୍ଡିଆରେ ରହିଥାଏ ପ୍ରଚୁର ମାତ୍ରାରେ ଫୋଲିକ ଏସିଡ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    22.7 ° C
    22.7 °
    22.7 °
    98 %
    1.5kmh
    100 %
    Tue
    23 °
    Wed
    26 °
    Thu
    28 °
    Fri
    30 °
    Sat
    28 °

    ସମ୍ବନ୍ଧିତ