Monday, October 19, 2026
23.2 C
Odisha

    ଶୀତ ଦିନେ ରୁମ ହିଟର ବ୍ୟବହାର କରୁଥିଲେ ସାବଧାନ

    ଆଗକୁ ପଢନ୍ତୁ

    ଶୀତଋତୁ ଆସିବା ମାତ୍ରକେ ରୁମ ହିଟରର ବ୍ୟବହାର ଅଧିକ ବଢ଼ିଯାଇ ଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଏହାର ଅଧିକ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କେଉଁ ପ୍ରଭାବ ପକାଇଥାଏ। ନିକଟରେ ହୋଇଥିବା ଅଧୟନ ଅନୁସାରେ ରୁମ ହିଟର ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇପାରେ ଏବଂ ଶରୀରର ଅନ୍ୟ ଭାଗ ମଧ୍ୟ ପ୍ରଭାବିତ ହୋଇଥାଏ।

    ରୁମ ହିଟର ବ୍ୟବହାର କରିବା ଦ୍ୱାରା ଘର ଭିତରେ ଅକ୍ସିଜେନ ହ୍ରାସ ହୋଇଥାଏ, ମସ୍ତିଷ୍କକୁ ମଧ୍ୟ ଉଚିତ ପରିମାଣର ଅକ୍ସିଜେନ ମିଳିପାରେ ନାହିଁ। ଯେଉଁ କାରଣରୁ ମୁଣ୍ଡ ବିନ୍ଧା,ମୁଣ୍ଡ ବୁଲାଇବା,ଥକା ଲାଗିବା ଭଳି ସମସ୍ୟା ଦେଖାଯାଇଥାଏ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ସିଜେନ ନମିଳିବା କାରଣରୁ ମସ୍ତିସ୍କ ମଧ୍ୟ କାମ କରିନଥାଏ।
    ତ୍ୱଚା ଓ ଚକ୍ଷୁ ଉପରେ ପ୍ରଭାବ –
    ରୁମ ହିଟର ବ୍ୟବହାର ଦ୍ୱାରା କୋଠରୀର ଆର୍ଦ୍ରତା ହ୍ରାସ ପାଇଥାଏ, ଯାହାଦ୍ୱାରା ତ୍ୱଚା ଶୁଷ୍କ ହୋଇଥାଏ ଏବଂ ଆଖିରେ ଡ୍ରାଏ ନେସ ବୃଦ୍ଧି ହୁଏ ଏବଂ ଆକ୍ଷିରୁ ପାଣି ବାହାରିଥାଏ। ଦେଖିବାରେ ସମସ୍ୟା ହୋଇଥାଏ।

    ପ୍ରଶ୍ୱାସ କ୍ରିୟା ପ୍ରଭାବିତ –
    ରୁମ ହିଟରରୁ ବାହାରୁଥିବା ଗରମ ଉତ୍ତାପ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ବିଶେଷ ଭାବରେ ସେହିମାନଙ୍କ ପାଇଁ ଯେଉଁମାନେ ଶ୍ୱାସ ରୋଗୀ ଏବଂ ଗଳାରେ କଷ୍ଟ ହୋଇଥାଏ।

    କିପରି ରଖିବେ ନିଜକୁ ସୁରକ୍ଷିତ –
    ରୁମ ହିଟର ବ୍ୟବହାର କରିବା ସମୟରେ କୋଠରୀ ସାମାନ୍ୟ ଖୋଲା ରଖନ୍ତୁ ଭେଣ୍ଟିଲେସନ ପାଇଁ।
    ହିଟର ସହିତ ହ୍ୱିୟୁମିଡି ଫାୟାରର ବ୍ୟବହାର କରନ୍ତୁ ଯେପରି ରୁମରେ ଆର୍ଦ୍ରତା ରହିବ।
    ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ।
    ରୁମ ହିଟରର ବ୍ୟବହାର କମ ସମୟ ପାଇଁ କରିବା ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ