Sunday, November 9, 2025
23 C
Odisha

    ଶୀତଋତୁରେ ଫେସ୍ ଡ୍ରାଏ ପାଇଁ ବ୍ୟବହାର କରନ୍ତୁ ଏହି ତେଲ

    ଆଗକୁ ପଢନ୍ତୁ

    ଆସିଲାଣି ଶୀତଋତୁ । ସମସ୍ତଙ୍କୁ ଶୀତଋତୁ ବହୁତ ପସନ୍ଦ ହୋଇଥାଏ । କାହିଁକି ନା ଏହି ଋତୁରେ ପରିବେଶ ସୁନ୍ଦର ଦେଖାଯିବା ସହ ଶରୀର ମଧ୍ୟ ଫିଟ୍ ରହିଥାଏ । ଏହାସହ ଶୀତଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାରଣ ଶୀତୁଋତୁରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଯେମିତିକି ଫେସ୍ ଡ୍ରାଏ ହୋଇଯାଏ, ସ୍କିନ୍ ଖରାପ ଦେଖାଯିବା ସହ ଗୋଡ ମଧ୍ୟ ଫାଟିଥାଏ । ଫେସ୍ ଡ୍ରାଏକୁ ନେଇ ସମସ୍ତେ ଚିନ୍ତାରେ ରହିଥାନ୍ତି । ଏହାସହ ଫେସରେ ଅନେକ ପ୍ରକାର ଜିନିଷ ମଧ୍ୟ ବ୍ୟବହାର କରିଥାନ୍ତି । କାରଣ ଆମ ଶରୀରରେ ଫେସ ହିଁ ମୁଖ୍ୟ ଅଂଶ ହୋଇଥାଏ । ସମସ୍ତେ ଚାହିଁଥାନ୍ତି ଯେ ଫେସ କିପରି ଗ୍ଲୋ କରିବ । ହେଲେ ଶୀତଋତରେ ଫେସ୍ ଆଦୌ ଗ୍ଲୋ କରି ନଥାଏ ବରଂ ଅଧିକ ଖରାପ ଦେଖାଯାଇଥାଏ ।

    ଖାସ୍ କରି ଝିଅମାନେ ଅଧିକ ଟେନସନରେ ପଡିଯାଆନ୍ତି । କାରଣ ସେ ପ୍ରାୟତଃ ସବୁ ସମୟରେ ମେକପ୍ ନେଇଥାନ୍ତି ହେଲେ ଶୀତଋତୁରେ ମେକପ୍ ନେବା ବହୁତ କଷ୍ଟ ହୋଇଯାଇଥାଏ । ଏହି ଋତୁରେ ଫେସ ଡ୍ରାଏ ହୋଇଥାଏ ସେଥିପାଇଁ ମେକଅପ୍ ନେଲେ ସୁନ୍ଦର ଦେଖାଯିବା ବଦଳରେ ଖରାପ ଦେଖାଯାଇଥାନ୍ତି । ଶୀତଋତୁରେ ଅନେକ ପ୍ରକାରର ଲୋସନ ଏବଂ କ୍ରିମ୍ ବ୍ୟବହାର କରିଥାନ୍ତି ଏବଂ ସେହି ଲୋସନ କିମ୍ବା କ୍ରିମ୍ ୧-୨ ଘଣ୍ଟା ଭିତରେ ସୁଖିଯାଏ । ଏହିଭଳି ଅନେକ ପ୍ରଡକ୍ଟ ବ୍ୟବହାର କେଲେ ମଧ୍ୟ କୌଣସି ରେଜଲ୍ଟ ମିଳି ନଥାଏ । ଯାହାକୁ ନେଇ ବହୁତ ଟେନସନ୍ ବଢ଼ିଯାଏ । ହେଲେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ବିଷୟରେ କହିବୁ ଯାହାକୁ ବ୍ୟବହାର କଲେ ଶୀତଋତୁରେ ଫେସ ଗ୍ଲୋ କରିବା ସହ ଅନେକ ପ୍ରକାର ଫାଇଦା ମଧ୍ୟ ମିଳିବ । ତେବେ ଆସନ୍ତୁ ଜାଣିବା ସେହି ଟିପ୍ସ ବିଷୟରେ ।

    ଏହି ଟିପ୍ସର ନାମ ହେଉଛି ‘ନଡିଆ ତେଲ’ । ଯଦି ନଡିଆ ତେଲକୁ ଫେସରେ ମସାଜ୍ କରାଯାଏ ତେବେ ଡ୍ରାଏ ନେସ ଦୂର ହୋଇଯାଇଥାଏ । ଖାସ୍ କରି ଶୀତଋତରେ ଫେସରେ ନଡିଆ ତେଲ ମସାଜ୍ କରିବା ନିହାତି ଆବଶ୍ୟକ । ଏହି ନଡିଆ ତେଲ ଅନେକ ଲୋସନଠାରୁ ବେଟର ହୋଇଥାଏ । କାରଣ ଲୋସନ ଲଗାଇଲେ ସେ ୧-୨ ଘଣ୍ଟା ମଧ୍ୟରେ ସୁଖିଯାଇଥାଏ ହେଲେ ନଡିଆ ତେଲ ଦିନସାରା ଫେସକୁ ଚମକାଇଥାଏ । ଏହାସହ ମେକପ୍ ହଟାଇବା ପାଇଁ ମଧ୍ୟ ନଡିଆ ତେଲ ବ୍ୟବହାର କରାଯାଇଥାଏ । ନଡିଆ ତେଲ ଲଗାଇବା ଦ୍ୱାରା ସ୍କିନ୍ ନରମ ହେବା ସହ ଚମକ ମଧ୍ୟ ଆଣିଥାଏ । ଏହା ସହ ଏହି ତେଲକୁ ବ୍ୟବହାର କରିବା ଫଳରେ ଫେସର ଦାଗ ଏବଂ ପିମ୍ପଲ ଦୂର ହୋଇଥାଏ ।

    ନଡିଆ ତେଲ ତ୍ୱଚ୍ଚାରେ ଲଗାଇବା ଫଳରେ କୋଲେଜନ୍ର ଉତ୍ପାଦନ ସୃଷ୍ଟି ହୋଇଥାଏ, ଯାହା ଫଳରେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଦୂର ହୋଇଯାଇଥାଏ । ଏହା ସହ ଆପଣ ବହୁତ ୟଙ୍ଗ ମଧ୍ୟ ଦେଖାଯିବେ । ଆପଣଙ୍କର ସୁନ୍ଦରତା ଆହୁରି ଦ୍ୱିଗୁଣ ବଢ଼ିଯିବ । ଏହା ସହ ନଡିଆ ତେଲ ଲଗାଇବା ଫଳରେ ଆଲର୍ଜି ଦୂର ହୋଇଥାଏ ।
    ତେବେ ଆପଣ ଯଦି ଶୀତଋତରେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି ତାହାଲେ ନିୟମିତ ଭାବେ ନଡିଆ ତେଲ ଫେସରେ ମସାଜ କରନ୍ତୁ । ଆପଣଙ୍କ ଫେସ ଗ୍ଲୋ କରିବା ସହ ଅନେକ ଫାଇଦା ମଧ୍ୟ ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    46 %
    1.9kmh
    5 %
    Sun
    25 °
    Mon
    25 °
    Tue
    25 °
    Wed
    25 °
    Thu
    25 °

    ସମ୍ବନ୍ଧିତ